ଉଭୟ କେନ୍ଦ୍ରସରକାର ଓ ରାଜ୍ୟ ସରକାରଙ୍କୁ ଟର୍ଗେଟ କଲା କଂଗ୍ରେସ

(ରିପୋର୍ଟରସଟୁଡେ): ପ୍ରଦେଶ କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଯେଉଁ ଟଙ୍କା ବିଜ୍ଞାପନ ମାଧ୍ୟମରେ ଖର୍ଚ୍ଚ କରୁଛନ୍ତି ତାହା ହେଉଛି ଜନସାଧାରଣଙ୍କ ଟଙ୍କା । ସାଧାରଣ ଲୋକଙ୍କ ଟିକସରୁ ସରକାର ଏହି ଟଙ୍କା ଖର୍ଚ୍ଚ କରୁଛନ୍ତି । ରାଜ୍ୟ ଓ କେନ୍ଦ୍ର ଉଭୟଙ୍କ ମଧ୍ୟରେ ଏବେ ବିଜ୍ଞାପନ ପ୍ରତିଯୋଗିତା ଚାଲିଛି । ରାଜ୍ୟ ସରକାର ଗଣମାଧ୍ୟମରେ ବିଜ୍ଞାପନ ଦେଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ରାଜ୍ୟ ସରକାର ଲୋକଙ୍କୁ ମିଛ କହୁଛନ୍ତି । ଖବର କାଗଜ ମାଧ୍ୟମରେ ରାଜ୍ୟ ସରକାର ଲୋକଙ୍କୁ ମିଥ୍ୟା ତଥ୍ୟ ହେଉଛନ୍ତି । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛି ପ୍ରଦେଶ କଂଗ୍ରେସ ।ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ସତ୍ୟ ନାୟକ ପ୍ରକାଶ କରିଛନ୍ତି ।