ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ସମ୍ମୁଖରେ ଯୁବକଙ୍କ ତୁମୁଳ କାଣ୍ଡ

(ଜଗନ୍ନାଥ ଅଗ୍ରୱାଲ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗ୍ରାମରେ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ସମେତ ଶାଖାର ଏକ ଏଟିଏମ୍ ରହିଛି । ଗତ ମଙ୍ଗବାର ବିଳମ୍ବିତ ରାତିରେ ଏଟିଏମ୍ କାଉଣ୍ଟରର ଗେଟ୍ ଏବଂ ସାଇନବୋର୍ଡ଼କୁ ଜେଣ ଯୁକବ ଭଙ୍ଗାରୁଜା କରୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏପରିକି ତା ପରଦିନ ସକାଳ ପର୍ଯ୍ୟନ୍ତ ଊକ୍ତ ବ୍ୟକ୍ତି ଜଣକ ଏପରି କରୁଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ । ପରେ ଗ୍ରାମବାସୀ ମାନେ ଯୁକବଙ୍କୁ  ଏକ ଖୁଣ୍ଟିରେ ବାନ୍ଧି ରଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଂଚି ଯୁବକଙ୍କୁ ଉଦ୍ଧାର କରିବା ସହ ଥାନାରେ ଅଟକ ରଖିଛି । ସେ ମାନସିକ ବିକୃତ ବୋଲି ଜଣାପଡ଼ିଛି । ଉକ୍ତ ଯୁକବ ଜଣଙ୍କ ହେଲେ କୋଶଳା ଗ୍ରାମର ସର୍ବ ପ୍ରଧାନ । ଏନେଇ ବ୍ୟାଙ୍କ ଶାଖା ପକ୍ଷରୁ ମଧ୍ୟ ଛେଣ୍ଡିିପଦା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ପୋଲିସ ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ ହୋଇଛି ।
.