(ମନୋଜ କୁମାର ସାହୁ / ରାୟଗଡ): ରୋଷେଇ ସମୟରେ ଅଘଟଣ। ନିଆଁରେ ପୋଡ଼ି ହୋଇ ୩ ମହିଳା ଶ୍ରମିକ ଆହତ। ଏଭଳି ଅଭାବନିୟ ଅଘଟଣ ଘଟିଛି ରାୟଗଡ ସହର DFO କାର୍ୟ୍ୟାଳୟ ପ୍ରଥମ ଗଳିରେ ।
ସୂଚନା ଅନୁଯାୟୀ , ପ୍ରଥମ ଗଳିରେ ରହୁଥିବା ମୋନଜ କୁମାର ସାହୁଙ୍କ ବାପାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଭୋଜି ପାଇଁ ରୋଷେଇ କାର୍ୟ୍ୟ ଚାଲିଥିବା ବେଳେ ଗ୍ୟାସ ପାଇପ ମେଲଟ ହୋଇ ନିଆଁ ଲାଗି ଚାରି ଆଡ଼େ ବ୍ୟାପି ଯାଇଥିଲା। ଫଳରେ ସେଠାରେ ଶ୍ରମିକ ଭାବେ କାମ କରୁଥିବା ୪ ଜଣ ମହିଳା ଶ୍ରମିକ ଗୁରୁତର ହୋଇଥିଲେ।ଗୁରୁତର ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରି ଚିକିତ୍ସା ଚାଲିଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।