(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ): ୧୨ ମାସ ମଧ୍ୟରେ ଫେବ୍ରୃଆରୀ ମାସର କିଛି ସ୍ୱତନ୍ତ୍ରତା ରହିଛି । ଏହି ମାସ ଟିକୁ ସମସ୍ତେ ଅନେଇ ବସିଥାନ୍ତି । ଖାସ କରି ପ୍ରେମୀ ଯୁଗଳ ମାନେ ଏହି ମାସଟିକୁ ହାତ ଛଡ଼ା କରିବାକୁ ଚାହାଁନ୍ତିନାହିଁ । କାରଣ ଏହି ମାସରେ ହୋଇଥାଏ ପ୍ରେମର ବର୍ଷା । ଏହି ମାସର ଗୋଟିଏ ସପ୍ତାହକୁ ଯୁବପିଢି ସତେ ଯେମିତି ନିଜର ନାଁରେ କରିଦେଇଛନ୍ତି । ଏହି ସପ୍ତାହକୁ ନେଇ କେତେ କଣ ପ୍ଲାନିଂ କରିଥାନ୍ତି ମନ ଭିତରେ ।
ଅବସର ହେଉଛି ଭାଲେଣ୍ଟାଇନ ଡ଼େ ବା ପ୍ରେମ ସପ୍ତାହ । ପ୍ରେମରେ ମସଗୁଲ ଯୁବପିଢି । ଆଜି ଭାଲେଣ୍ଟାଇନ ଡ଼େ’ର ପଞ୍ଚମ ଦିବସ । ରୋଜ ଡ଼େ ,ପ୍ରପୋଜ ଡ଼େ , ଚକଲେଟ ଡ଼େ ଏବଂ ଟେଡ଼ି ଡ଼େ ଗଲା ପରେ ଆଜି ଆସିଛି ଏହି ଦିନ । ଏହି ଦିନଟିକୁ ପ୍ରମିଜ ଡ଼େ ନାମରେ ନାମିତ କରାଯାଇଛି । ପ୍ରେମ ପାଇଁ ଶପଥ ନେବାର ଦିନଟିଏ । ସାଥୀଙ୍କ ସହିତ ଶପଥ ନେବାର ସମୟ । ନିଜର ଭଲପାଇବାକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ସାଥୀଙ୍କ ସହିତ ମିଶି ଶପଥ ନେବାର ଏହା ଉପଯୁକ୍ତ ସମୟ । ତେଣୁ କରି ଯୁବପିଢି ଏହି ଦିନଟିକୁ ହାତଛଡ଼ା କରିବାକୁ ଚାହୁଁନାହଁନ୍ତି । ଯେଉଁ ପ୍ରେମୀକଙ୍କର ନିଜର ପ୍ରିୟତମାଙ୍କ ସହିତ କିଛି ଝଗଡ଼ା ହୋଇଛି ଆଜି ହିଁ ଏହାର ସମାଧାନ କରନ୍ତୁ । କାରଣ ଭଲ ସାଥୀଟିଏ ମିଳିବା ସମସ୍ତଙ୍କ ଭାଗ୍ୟରେ ନଥାଏ । ଆଉ ଯିଏ ଭଲ ସାଥୀଟିଏ ପାଇଛି ତାକୁ ହରାଇ ବାକୁ କିଏ ବା ଚାହିଁବ । ଅନ୍ୟପଟେ ସମ୍ପର୍କରେ ଟିକେ ତେଣୁ କରି ବ୍ୟସ୍ତ ବହୁଳ ସମୟ ମଧ୍ୟରୁ ଫୁରସତ ବାହାର କରି ସାଥୀଙ୍କୁ ନେଇ ତାଙ୍କ ମନପସନ୍ଦର ସ୍ଥାନକୁ ଯାଆନ୍ତୁ । ସାଥୀଙ୍କୁ ଭଲ ଲାଗିବା ପରେ ସରପ୍ରାଇଜ ଟିଏ ଦିଅନ୍ତୁ । ପ୍ରିୟତମାଙ୍କୁ ହାତ ଧରି ଭଲ ଲାଗିବା ପରି ପ୍ୟାର ଭରା ଦୁଇ ଶଦ୍ଦ କୁହନ୍ତୁ । ତା ପରେ ସାଥୀଙ୍କ ସହିତ ନୂଆ କରି ଶପଥ ନିଅନ୍ତୁ । ପୁଣିଥରେ ରାଗ ରୁସା ଭୂଲି ପ୍ରେମକୁ ଉଜ୍ଜିବୀତ କରିବା ପାଇଁ ନୂଆ କରି ଶପଥ ନେଇ ପୁଣି ଥରେ ଆରମ୍ଭ କରନ୍ତୁ ନିଜର ଲଭଷ୍ଟୋରୀ । ଯେପରି ଏହି ଲଭଷ୍ଟୋରୀକୁ କାହାର ନଜର ନ ଲାଗୁ ।
କେବଳ ଯୁବପିଢି ନୁହେଁ ସାଙ୍ଗସାଥୀ ପରିବାର ପରିଜନ ମଧ୍ୟରେ ଥିବା ସମ୍ପର୍କକୁ ମଧ୍ୟ ସୃଦୃଢ କରିପାରିବେ । ଖରାପ ଥିବା ସମ୍ପର୍କକୁ ନୂଆ କରି ଗଢି ପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ବଡ଼ କାମ କରିବାକୁ ପଡ଼ିବ ନାହିଁ । କେବଳ ଛୋଟିଆ ପଦକ୍ଷେ ଟିଏ ନବାକୁ ହେବ । ତାହା ହେଉଛି ରାଗି ଥିବା ମଣିଷ ହାତଧରି ଏତିକି କହିବାର ଅଛି ଯେ ତତେ ପ୍ରମିଜ କରୁଛି ଆଉ ଏପରି ଭୂଲ ହେ ନାହିଁ । ଦେଖିବେ ଏହା କହିବା ଦ୍ୱାରା ଆପଣ ହଜିଥିବା ସମ୍ପର୍କକୁ ପୁଣି ଥରେ ଫେରି ପାରିବେ ।