(ଆଦର୍ଶ ରାଉତ)ଭୁବନେଶ୍ୱର: ଲାଇଟ ସାଉଣ୍ଡ ସହ ଯଜ୍ଞର ମନ୍ତ୍ର ଧ୍ୱନୀରେ ଆରମ୍ଭ ହୋଇଛି ଖଣ୍ଡଗିରି ମହୋତ୍ସବ। ଏହା ସହ ଖଣ୍ଡଗିରି କୁମ୍ଭ ମେଳାରେ ଚାଲିଛି ଯାତ୍ରା ମହାସମର। କଳାକାର ମାନଙ୍କ ଜବରଦସ୍ତ ଡାଇଲଗ୍ ସାଗଂକୁ ଆଇଟମ ଡ୍ୟାନ୍ସରଙ୍କ ଡ୍ୟାନ୍ସ ଲୋକଙ୍କୁ କରୁଛି ଆର୍କଷିତ। କିନ୍ତୁ କଳିଙ୍ଗ ଗଣନାଟ୍ୟର ଆଇଟମ ଡ଼୍ୟାନ୍ସର ଲଭଲିଙ୍କ ନୃତ୍ୟକୁ ନେଇ ଉଠିଛି ପ୍ରଶ୍ନ । ଆଜି ଏନେଇ ନାରୀ ସୁରକ୍ଷା ମଞ୍ଚ ପୋଲିସ କମିଶନରଙ୍କୁ ଭେଟିବାକୁ ଯାଇଥିଲେ। ଏହା ସହ ନାରୀ ସୁରକ୍ଷା ମଞ୍ଚ ଆଜି ଖଣ୍ଡଗିରି ଥାନାରେ ଏକ ଏତଲା ଦେଇ ଅଭିଯୋଗ କରିଛନ୍ତି। ଏବଂ କଳିଙ୍ଗ ଗଣନାଟ୍ୟର କମିଟି ମେମ୍ବର ସହ ଆଲୋଚନା କରି ଏଭଳି ନୃତ୍ୟ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି। ଏହି ବିବାଦକୁ ନେଇ ବିବାଦୀୟ ଆଇଟମ ଡ଼୍ୟାନ୍ସର ରାଣୀ ପଣ୍ଡା ମୁହଁ ଖୋଲିଛନ୍ତି। ଯଦି ରାଣୀକୁ ଖଣ୍ଡଗିରି ମନା କରାଯାଇଛି ତେବେ କିଭଳି ଅଶ୍ଳିଳ ନୃତ୍ୟ ପ୍ରଦର୍ଶନ କରାଯାଉଛି। ଗତକାଲି କଳିଙ୍ଗ ସେନା ମଧ୍ୟ ଏହି ନୃତ୍ୟକୁ ବିରୋଧ କରି ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ।