ଅମିତ ଶାହଙ୍କୁ କଡା ଜବାବ ଦେଲା ବିଜେଡି

(ଆଦର୍ଶ ରାଉତ) : ଦୁଇ ଦିନ ପୂର୍ବରୁ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଆଜି ପୁରୀରେ ଅନୁଷ୍ଠିତ ବିଜେପି ରାଷ୍ଟ୍ରିୟ ମହିଳା ମୋର୍ଚ୍ଚା ବୈଠକରେ ଯୋଗଦେଇ ଅମିତ ଶାହ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ପ୍ରବଳ ଗର୍ଜିଛନ୍ତି । ଶାହ ସିଧା ସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିକହିଥିଲେ ଆଉ କହିଥିଲେ ଓଡ଼ିଶାରେ ମହିଳାଙ୍କୁ ଦୁର୍ବ୍ୟବହାର ମାମଲାରେ ନମ୍ବର ୱାନ । ନବୀନ ସରକାରଙ୍କ ସମୟରେ ମହିଳାଙ୍କ ବିରୋଧରେ ହିଂସା ୩୯ ପ୍ରତିଶତ ବଢିଥିବା ବେଳେ ମହିଳାଙ୍କୁ ଯୌତୁକ ଜନିତ ନିର୍ୟାତନାରେ ଓଡ଼ିଶା ୪ ନମ୍ବର । ଏହା ସହ ଗ୍ୟାଙ୍ଗ ରେପ୍‌ ମାମଲାରେ ଓଡ଼ିଶା ୫ ନମ୍ବରରେ ପହଞ୍ଚିଥିବା ବେଳେ ଏସିଡ୍‌ ଆକ୍ରମଣରେ ଷଷ୍ଠ ସ୍ଥାନରେ ଭାରତ ରହିଛି, ଚାଷୀ ମାନଙ୍କୁ ଏହି ସରକାର ଚାଷୀମାନଙ୍କ ଟଙ୍କାକୁ ହଡପ କରୁଛନ୍ତି । ମିଲର ମାନଙ୍କ ସହ ମିଶି ଚାଷୀଙ୍କ ହକ୍‌କୁ ଚଳୁ କରୁଛନ୍ତି । ମିଲରମାନଙ୍କ ସହ ସାଲସୁତରା କରି ଚାଷୀମାନଙ୍କୁ ଉଚିତ୍‌ ମୂଲ୍ୟ ଦେଉନାହାନ୍ତି ନବୀନ ସରକାର । କେବଳ ନବୀନ ସରକାରଙ୍କ ପାଇଁ ଓଡ଼ିଶାର ଭାଇ ଭଉଣୀମାନେ ଗରିବ ହୋଇ ରହିଛନ୍ତି । ତା ସହ ମହିଳା ମୋର୍ଛ ତରଫରୁ ଅମିତ ଶାହାକୁଂ ମଧ୍ୟ ଅନୁରୋଧ କରାଯାଇଥିଲା କି ବିଜେଡି ରେ ଯୋଉଁ ମାନେ ଚିଟଫଣ୍ଡ କେସ ରେ ଅଛନ୍ତି ସେମାନଙ୍କୁ ଗିରଫ କରାଯାଉ ।

ଆଜି ଏକ ସାମ୍ବାଦିକ ସମ୍ମିଳନି ରେ ଏହାର କଡା ଜବାବ ରଖିଛି ବିଜେଡି, ବାରମ୍ବାର ଓଡିଶା ପ୍ରତି ବୈମାତୃକ ମନଭାବ ପୋଷଣ କରୁଛି କେନ୍ଦ୍ର । ଆଜି ପ୍ରର୍ଯ୍ୟନ୍ତ ପୋଲାଭରମ ପ୍ରସଙ୍ଗ ହେଉ, ମହାନଦୀ ପ୍ରସଙ୍ଗ ହେଉ କି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନତ୍ୟା ଦେବାକୁ କେନ୍ଦ୍ରସରକାର ସବୁଥରେ ବିଫଳ । ଅଠର ବର୍ଷ ଶାସନ ରେ ସବୁ ବିଫଳବୋଲି କହିଥିବା କେନ୍ଦ୍ରସରକାର ଙ୍କର ୪ ବର୍ଷ ରେ ସବୁ ଯୋଜନା ବିଫଳ । ତାସହ ସିବିଆଇ ତଦନ୍ତକୁ ନେଇ ବିଜେଡି କହିଛିକି ବିଜେପି ସରକାରଙ୍କ ଅଧିନରେ ସିବିଆଇ କାମ କରୁଛି କି ? ଅମିତ ଶାହା ବିଜେପି ର ଅଧକ୍ଷ ନା ସିବିଆଇ ର ଅଧକ୍ଷ ବୋଲି ପ୍ରଶ୍ନ କରିଛନ୍ତି ।