ବିଶାଖାପାଟଣା ରେଳ ଷ୍ଟେସନରୁ ସୁନା ଜବତ

(ଆଦର୍ଶ ରାଉତ) : ଡିଆରଡି ଦ୍ୱାର ବିଶାଖା ପାଟଣା ରେଲୱ ଷ୍ଟେସନରେ ୬୫ ଲକ୍ଷ୍ୟ ଟଙ୍କାର ସୁନା ଜବତ ହୋଇଛି । ଗତ କାଲି ଗୁଇନ୍ଦା ବିଭାଗରୁ ଖବର ପାଇ ଡିଆରଡି ତରଫରୁ ଗୁହାଟି ରୁ ଚେନ୍ନାଇ ଯାଉଥିବା ଟ୍ରେନକୁ ବିଶାଖାପାଟଣା ଷ୍ଟେସନରେ ଚଢାଉ କରି ଜଣେ ବକ୍ତିଙ୍କ ବ୍ୟାଗର  ସୁନା ବିଷ୍କୁଟ ସହ ଗୋଟେ ଗୀତାର ଜବତ କରିଛି ।

ସୋମବାର ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଜଣେ ଯାତ୍ରୀଙ୍କଠାରୁ ଦୁଇ କେଜି ସୁନା ଜବତ କରିଛି । ଜବତ ହୋଇଥିବା ଏହି ସୁନା ଯାତ୍ରୀ ଜଣକ ଗୋଟେ ଗିଟାର ଭିତରେ ନେଇକି ଯାଉଥିବା ବେଳେ ଗୁଇନ୍ଦା ବିଭାଗ ଖବର ପାଇ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ତାଙ୍କଠାରୁ ଦୁଇ କେଜି ସୁନା ଜବତ କରିଥିବା ବେଳେ ତାହାର ମୂଲ୍ୟ ୬୨ ଲକ୍ଷ ୩୪ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହି ସୁନା ଗୌହାଟିରୁ ଚେନ୍ନାଇ ଯାଉଥିବା ଏକ୍ସପ୍ରେସରୁ ଜବତ ହୋଇଥିବା ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ । ସୂଚନାଯୋଗ୍ୟ, ସୋମବାର ଜଣେ ଯାତ୍ରୀ ଗୌହାଟିରୁ ଚେନ୍ନାଇ ଏକ୍ସପ୍ରେସରେ ବସି ସୁନା ନେଇ ଯାଉଥିବା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ କର୍ମଚାରୀ ବିଶେଷ ସୂତ୍ରରୁ ଖବର ପାଇଥିଲା । ଡିଆରଡି ତଦନ୍ତରୁ ଜଣା ପଡିଛି କି ସେ ଜଣେ ପ୍ରାପ୍ତ ସ୍ମଗଲର । ସେ ମିଆଁମାର ରୁ ଚେନ୍ନାଇ ସୁନା ନେଇ ସ୍ମଗଲିଙ୍ଗି କରୁଥିବାର ସେ ସ୍ୱୀକାର କରିଛି ।