ଶିକ୍ଷକ ଅଭାବରୁ ରାସ୍ତାରୋକ କଲେ ଛାତ୍ରଛାତ୍ରୀ ଓ ଅଭିଭାବକ

(ବନବାସୀ ପ୍ରଧାନ) : ତୁମୁଡିବନ୍ଧ ବ୍ଳକ ଅନ୍ତର୍ଗତ ପରଙ୍ଗପାଙ୍ଗା ଓ ଦଡକଙ୍ଗୀଆ ପଞ୍ଚାୟତର ଶତାଧିକ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ଆଜି ୫୯ନଂ ଜାତୀୟ ରାଜପଥକୁ ଅବରୋଧ କରିବା ସହିତ ଟାୟାର ଜାଳି ରାସ୍ତା ଉପରେ ବସିରହିଛନ୍ତି । ଶିକ୍ଷକ ଅଭାବ ପୁରଣ କରିବା ଦାବୀ କରିବା ସହିତ ଅଷ୍ଟମ,ନବମ,ଦଶମ ଶ୍ରେଣିରେ ବିଞାନ,ଇଂରାଜୀ,ହିନ୍ଦୀ ଓ ଗଣିତ ଶିକ୍ଷକ ନଥିବାରୁ ପାଠପଢି ପାରୁନାହାନ୍ତି ଛାତ୍ରଛାତ୍ରୀ ।ଏହି ବାବଦରେ ବିଇଓ, ଡିଇଓ ଓ ଜିଲ୍ଲାପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ ଏହାର କୈଣସି ପ୍ରତିକାର କରାନଯିବାରୁ ବାଧ୍ୟ ହୋଇ ସ୍କୁଲରେ ତାଲା ପକାଇ ୫୯ନଂ ଜାତିୟ ରାଜପଥକୁ ଅବରୋଧ କରିଥିବା ପ୍ରକାଶ କରିଛନ୍ତି ଅଭିଭାବକ । ଯେପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ ନ ହୋଇଛି ସେପର୍ଯ୍ୟନ୍ତ ରାସ୍ତାରୁ ଉଠିବୁ ନାହିଁ ବୋଲି ଛାତ୍ରଛାତ୍ରୀ କହିଛନ୍ତି । ରାସ୍ତାରୋକ ହେବା ଫଳରେ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।