(ସୌମ୍ୟ ରଜଂନ ସେଠୀ) : ଘୁଞ୍ଚିଲା ମାଟ୍ରିକ୍ ପ୍ରି-ଟେଷ୍ଟ ପରୀକ୍ଷା। ସମସ୍ତ ହାଇସ୍କୁଲରେ ସେପ୍ଟମ୍ବର ୧୭ ରୁ ପରୀକ୍ଷା ଆରମ୍ଭ ହେବାକୁ ଥିଲା ଏବେ ତାହା ୨୪ ତାରିଖଠାରୁ ଆରମ୍ଭ ହେବ । ବ୍ଳକଗ୍ରାଣ୍ଟ ହାଇସ୍କୁଲ ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ୪ ହଜାର ହାଇସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ୟ୍ୟବନ୍ଦ ଆନ୍ଦୋଳନ କରୁଥିବାରୁ ତାହାର ପ୍ରଭାବ ସିଧାସଳଖ ପରୀକ୍ଷା ଉପରେ ଉପରେ ପଡ଼ିଛି। ଶିକ୍ଷକ, ଶିକ୍ଷୟିତ୍ରୀ ହାଇସ୍କୁଲରେ ନ ରହିଲେ ପରୀକ୍ଷା ପରିଚାଳନା ପ୍ରଭାବିତ ହେବ। ତାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ହୋଇଛି।