ଜଗତସିଂହପୁର/ ପ୍ରତାପ କୁମାର ସିଂ : ଜଗତସିଂହପୁରରେ ଜିଲ୍ଲା ପୋଲିସ ପକ୍ଷରୁ ୯୦ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ । ଜଗତସିଂହପୁର ସଦରମହକୁମା ପୁନଙ୍ଗ ରିଜର୍ଭ ପୋଲିସ ପଡ଼ିଆରେ ଏହି କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦଗାତା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିବା ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଵାର୍ତା ପାଠ କରିଥିଲେ । ଜିଲ୍ଲାରେ ନିଜ କାର୍ଯ୍ୟ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପୋଲିସ କର୍ମଚାରୀଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସମ୍ନାନିତ କରିଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପୋଲିସର ପ୍ରମୁଖ ଅଧିକାରୀ ଓ ପୋଲିସବାହିନୀ ଉପସ୍ଥିତ ଥିଲେ ।