ବାଣ ଫ୍ୟାକ୍ଟିରେ ବିସ୍ଫୋରଣ ଘଟି ୯ ଜଣଙ୍କ ମୃତ୍ୟୁ

ତାମିଲନାଡୁ: ତାମିଲନାଡୁର ଭେମ୍ବାକୋଟରଇରେ ଏକ ବାଣ ଫ୍ୟାକ୍ଟ୍ରିରେ ଭୟାବହ ବିସ୍ଫୋରଣ । ଯେଉଁଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଥିବା ନେଇ ସୂଚନା ରହିଛି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲସ ପ୍ରାରମ୍ଭିକ ଯାଞ୍ଚ କରି ବିସ୍ଫୋରଣ କାରଣ ଖୋଜୁଛି । ତେବେ ମୃତକଙ୍କ ସଂଖ୍ୟା ଆଗକୁ ବଢିପାରେ ବୋଲି ଅନୁମାନ କରାଯାଉଛି ।
ସୂଚନା ଅନୁଯାୟୀ, ବାଣ ଫ୍ୟାକ୍ଟ୍ରିର ରାସାୟନିକ ମିଶ୍ରଣ ସ୍ଥାନରେ ପ୍ରଥମେ ବିସ୍ଫୋରଣ ଘଟିଥିଲା । ଯାହା ପରେ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଆହତଙ୍କୁ ଡାକ୍ତରଖାନା ନେବା ସମୟରେ ହିଁ ମୃତ୍ୟୁ ଘଟିଥିଲା । ତେବେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ନାହିଁ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ବାଣ ଗୋଦାମ ପାଖରେ ଥିବା ୪ଟି ବିଲ୍ଡିଂ ସମ୍ପର୍ଣ୍ଣ ନଷ୍ଟ ହୋଇଯାଇଛି । ବହୁ କ୍ଷୟକ୍ଷତି ହୋଇଥିବା ନେଇ ମଧ୍ୟ ଖବର ରହିଛି ।