ଅଗଷ୍ଟରୁ ଏସିବିରେ ୯ ଇକମୋ ମେଶିନ ଲାଗିବ

କଟକ(ରିପୋର୍ଟର୍ସ ଟୁଡେ) : ଏସିବିରେ ୯ ଇକମୋ ମେଶିନ ଲାଗିବା ନେଇ ବୁଧବାର ସୂଚନା ଓ ଲୋକ ସର୍ମ୍ପକ ବିଭାଗ ପକ୍ଷରୁ ସୂଚନା ମିଳିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଓଡିଶାକୁ ୯ଟି ଇକମୋ ମେଶିନ ଆସିବା ନେଇ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ୯ଟି ଇକମୋ ମେଶିନ ମଧ୍ୟରୁ ୬ଟି ରାଜ୍ୟ ସରକାରଙ୍କ ପାଣ୍ଠିରୁ ଆସିବ ଓ ଅନ୍ୟ ତିନୋଟି ମେଶିନ୍ ସିଏସଆର ପାଣ୍ଠିରୁ କିଣାଯିବା ନେଇ ସୂଚନା ମିଳଇଛି । ଇକମୋ ମେଶିନର ପରିଚାଳନା ପାଇଁ ବିଶେଷଜ୍ଞ କମିଟି ଚୟନ କରାଯାଇଛି । ସେମାନଙ୍କ ପ୍ରଶିକ୍ଷଣ ପାଇଁ କୋଲକାତା ପଠାଯିବ । ଜୁଲାଇ ୩୧ ସୁଦ୍ଧା ପ୍ରଶିକ୍ଷଣ ସରିବା ପରେ ଅଗଷ୍ଟ ୧୫ରୁ ଇକମୋ ମେଶିନ ଆରମ୍ଭ କରିବା ନେଇ ମହାପାତ୍ର ସୂଚନା ଦେଇଛନ୍ତି ।
ରାଜ୍ୟରେ ଇକମୋ ମେଶିନର ଅଭାବ ଯୋଗୁ ବହୁ କରୋନା ଆକ୍ରାନ୍ତ ଚିକିତ୍ସା ସେବାରୁ ବଞ୍ଚିତ ହେଉଛନ୍ତି । ରାଜ୍ୟ ବାହାରକୁ ନିଜର ଚିିକିତ୍ସା ପାଇଁ ଯିବା ସହିତ ବହୁ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି ।

ଏହା ସହିତ ପ୍ରଦୀପ୍ତ ମହାପାତ୍ର କରୋନାର ମୃତ୍ୟ ସଂଖ୍ୟାକୁ ନେଇ ଦ୍ୱନ୍ଦ ଦୂର କରିଛନ୍ତି । ସେ କହିଛନ୍ତି ଏବେ ଯେଉଁ ମୃତ୍ୟ ସଂଖ୍ୟା ଆସୁଛି ତାହା ବର୍ତ୍ତମାନର ନୁହେଁ । ଆଜି ଆସୁଥିବା ମୃତ୍ୟ ସଂଖ୍ୟା ଗତକାଲିର ଘଟଣା ନୁହେଁ । କୋଭିଡ ମୃତ୍ୟ ତିନି ଥାକିଆ ଅଡିଟ୍ କମିଟି ଦ୍ୱାରା ସ୍ଥିର ହୋଇଥାଏ । ଏଥିସହ ଜନସାଧାରଣଙ୍କ ଦ୍ୱାରା କୋଭିଡ୍ ନିୟମାବଳୀର କଠୋର ଅନୁପାଳନ ନିମନ୍ତେ ମହାପାତ୍ର ଅନୁରୋଧ କରିଛନ୍ତି ।