ଚିଲିକା: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅଷ୍ଟମ ଶ୍ରେଣୀ ଛାତ୍ର ମୃତ ଘଟଣା ବିଭିନ୍ନ ଅଧିକାରୀମାନେ କହୁଛନ୍ତି ଆମ ପାଖରେ ଖବର ନାହିଁ । କିଏ ଏଠି ଦାୟୀ ?ବିଦ୍ୟାଳୟ ପରିସର ମଧ୍ୟରେ ଭୋଜି କରିବାକୁ କିଏ ଦେଇଥିଲେ ନିର୍ଦ୍ଦେଶ ? ବିଦ୍ୟାଳୟ ପରିସର ମଧ୍ୟରେ ଭୋଜି କରିବା ଏବଂ ଲାଇନିତାର ସଂସ୍ପର୍ଶରେ ଆସି ଛାତ୍ର ମୃତ୍ୟୁ ବରଣ କରିବା ଖବର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ପାଖରେ ଅଛି କି ନାହିଁ ? ଯଦି ଏଭଳି ସମ୍ବେଦନଶୀଳ ଖବର ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଖରେ ନାହିଁ ତେବେ ଜଳ ଜଳ ଦେଖାଯାଉଚି କିଭଳି ଚାଲିଚି ଶିକ୍ଷା ବିଭାଗ ।ଯଦି ଏ ଭଳି ସମ୍ବେଦନଶୀଳ ଖବର ସମ୍ବନ୍ଧରେ ଜାଣିଛନ୍ତି ତେବେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଶିକ୍ଷା ଅଧିକାରୀ ? ଖୁଣ୍ଟରେ ହୁକ ପକେଇ ଲାଇନି ଜଳିବା ଆଇନିତଃ ଅପରାଧ ନା ନାଇଁ ? ଯଦି ଅପରାଧ ତାହେଲେ ବିଦ୍ୟୁତ୍ ବିଭାଗ ତରଫରୁ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ? ମୃତ୍ୟୁବରଣ କରିଥିବା ଛାତ୍ରଙ୍କ ପରିବାରକୁ ଟଙ୍କା ଦେଇ ଚୁପ୍ ବସାଇବା ଠିକ୍ ନାଁ ଅପରାଧୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଠିକ ?