ଆତଙ୍କୀ ଓ ଯବାନ ମୁହାଁମୁହିଁ; ୮ ଯବାନ ଆହତ

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରର କିସ୍ତିୱାଡ ଅନ୍ତର୍ଗତ ଛାତ୍ରୋରେ ଜାରି ରହିଛି ନିରାପତ୍ତା ରକ୍ଷୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଏହି ଏନକାଉଣ୍ଟରରେ ୮ ଯବାନ ଆହତ ହୋଇଥିବାର ସୂଚନା ମିଳିଛି। ଆତଙ୍କୀଙ୍କୁ ଧରିବା ଲାଗି ଚାଲିଛି ବଡ଼ ଧରଣର ଅପରେସନ। ଆଣ୍ଟି ଟେରର ଅପରେସନରେ ଆତଙ୍କୀଙ୍କ ୩ ଆଡ୍ଡାସ୍ଥଳୀ ଠାବ ହୋଇଛି। ସେଠାରୁ ୨ଟି ଏମ-୪ ଖାଲି କାଟ୍ରିଜ ସମେତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି।

ଅଧିକାରୀଙ୍କ ଅନୁଯାୟୀ, ସନ୍ଧାନ ଦଳ କରୁଥିବା ସର୍ଚ୍ଚ ଅପରେସନରୁ ଜଣାପଡିଥିଲା କି ପାକିସ୍ତାନ-ଭିତ୍ତିକ ଜୈଶ-ଏ-ମହମ୍ମଦ (JeM) ସହିତ ଜଡିତ ଥିବା ଦୁଇରୁ ତିନି ଜଣ ବିଦେଶୀ ଆତଙ୍କବାଦୀଙ୍କୁ ନେଇ ଏକ ଗୋଷ୍ଠୀ ମଧ୍ୟ ସେଠାରେ ରହିଥିଲା, ଯେଉଁମାନେ ଘେରାବନ୍ଦୀରୁ ବାହାରିବା ପାଇଁ ଚେଷ୍ଟା କରି ଲଗାତାର ଗୁଳି ଚଳାଇଥିଲେ ଏବଂ କେହି କେହି ଗ୍ରେନେଡ ମଧ୍ୟ ମାଡ଼ କରିଥିଲେ। ଫଳରେ ଏଥିରେ ଯବାନ ମାନେ ଆହତ ହୋଇଥିଲେ। ସୈନ୍ୟମାନେ ଘେରାବନ୍ଦୀଙ୍କୁ ଆହୁରୀ କଡାକଡି କରି ଏମାନଙ୍କୁ ଧରିବା ପାଇଁ ଅନ୍ଯନ୍ଯ ପୋଲିସ ଫୋର୍ସଙ୍କୁ ମଧ୍ୟ ଡକାଇଥିଲେ, ଅନେକ ସମୟ ଧରି ଲଗାତାର ଗୁଳିବିନିମୟ ଚାଲିଥିଲା, ଦୁଇ ପକ୍ଷ ଭିତରେ। ଚଳିତ ବର୍ଷର ଏହା ତୃତୀୟ ଏନକାଉଣ୍ଟର। ଆଗରୁ ମଧ୍ୟ ଆତଙ୍କୀକୁ ପାନେ ଦେବା ପାଇଁ ଫୋର୍ସ ତରଫରୁ ଏକ ମିଶନ ଆରମ୍ଭ ହୋଇଥିଲା। ତେବେ ଆଗକୁ ଏହି ମିଶନରେ ଅନେକ ଆତଙ୍କୀ ଫସିବାର ସମ୍ଭାବନା ରହିଛି।