କରୋନା ଭୟରେ ଆତ୍ମସମର୍ପଣ କରି ମୁଖ୍ୟ ଶ୍ରୋତରେ ସାମିଲ ହେଲେ ୮ ମାଓବାଦୀ
ମାଓକ୍ୟାମ୍ପ ଗୁଡ଼ିକରେ କରୋନା ବ୍ୟାପିବା ଭୟ ଓ ସରକାରଙ୍କ ଥାଇଥାନ ଯୋଜନାରେ ପ୍ରଭାବିତ ହୋଇ ମାଲକାନଗିରି ସୀମାନ୍ତ ସୁକମା ଜିଲ୍ଲା ପୁଲିସ ନିକଟରେ ୮ ଜଣ ମାଓବାଦୀ ଆତ୍ମସମର୍ପଣ
(ମାଲକାନଗିରି) : ମାଓକ୍ୟାମ୍ପ ଗୁଡ଼ିକରେ କରୋନା ବ୍ୟାପିବା ଭୟ ଓ ସରକାରଙ୍କ ଥାଇଥାନ ଯୋଜନାରେ ପ୍ରଭାବିତ ହୋଇ ମାଲକାନଗିରି ସୀମାନ୍ତ ସୁକମା ଜିଲ୍ଲା ପୁଲିସ ନିକଟରେ ୮ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସୁକମା ଜିଲ୍ଲାପାଳଙ୍କ ନିକଟରେ ଛତିଶଗଡ଼ ଦରଭା ଡିଭିଜନର ଦୁଇଜଣ ପୁରସ୍କାର ଘୋଷିତ ଓ ଜଣେ ମହିଳା ମାଓବାଦୀଙ୍କ ସମେତ ୮ ମାଓବାଦୀ ଆତ୍ମସମର୍ପଣ କରି ମୁଖ୍ୟ ଶ୍ରୋତରେ ସାମିଲ ହୋଇଛନ୍ତି।
ଏମାନଙ୍କ ମଧ୍ୟରୁ ଭୀମା କୁଜାଁମୀଙ୍କ ମୁଣ୍ଡ ଉପରେ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଛତିଶଗଡ଼ ରାଜ୍ୟ ସରକାର। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସରକାରଙ୍କ ପକ୍ଷରୁ ଥଇଥାନ ନୀତି ଓ ସହାୟତା ଯୋଗାଇଦେବା ସହିତ ସେମାନଙ୍କୁ ମାଗଣାରେ କୋଭିଡ୍ ଟିକା ପ୍ରଦାନ କରାଯିବ ବୋଲି ଏସ୍ପି ଶ୍ରୀ ଧ୍ରୁବ କହିଛନ୍ତି।