ଆଜି ଏୟାର ଇଣ୍ଡିଆର ୮ଟି ବିମାନ ଉଡ଼ାଣ ରଦ୍ଦ ହୋଇଛି

ନୂଆଦିଲ୍ଲୀ-: ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ଏୟାର ଇଣ୍ଡିଆ ଏୟାରଲାଇନ୍ସରେ ଚଡ଼କ ପଡିଛି । ଦୁର୍ଘଟଣା ପରେ ଯାନ୍ତ୍ରିକ ତ୍ରୁଟି, ସୁରକ୍ଷା ସହିତ ଅନେକ କାରଣ ଯୋଗୁଁ କେତେକ ଉଡ଼ାଣ ରଦ୍ଦ ହେବା ସହିତ ଅନେକ ଡାଇଭର୍ଟ କରାଯାଇଛି । ଆଜି ଏୟାର ଇଣ୍ଡିଆର ୮ଟି ବିମାନ ଉଡ଼ାଣ ରଦ୍ଦ ହୋଇଛି । ଏଥିରେ ୪ଟି ଘରୋଇ ଏବଂ ୪ଟି ଅର୍ନ୍ତରାଷ୍ଟ୍ରୀୟ ବିମାନ ଅନ୍ତର୍ଭୁକ୍ତ । ବିମାନ କମ୍ପାନୀ ଉଡ଼ାଣ ରଦ୍ଦ କରିବାର କାରଣ ରକ୍ଷଣାବେକ୍ଷଣ ଏବଂ ପରିଚାଳନା ସମ୍ବନ୍ଧୀୟ ଯୋଗୁଁ ହୋଇଛି ବୋଲି ବୟାନ ଜାରି କରିଛନ୍ତି । ଏ ସମ୍ପର୍କରେ ଅଫିସିଆଲ ବିବୃତ୍ତି ଜାରି କରି ସୂଚନା ଦେଇଛି ଏୟାର ଇଣ୍ଡିଆ ।

ବିବୃତ୍ତିରେ କୁହାଯାଇଛି, ‘ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ।’ ଆମର ସହକର୍ମୀମାନେ ଯାତ୍ରୀମାନଙ୍କୁ ଯଥାଶୀଘ୍ର ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଇବା ପାଇଁ ବିକଳ୍ପ ବ୍ୟବସ୍ଥା କରୁଛନ୍ତି । ଯାତ୍ରୀମାନଙ୍କୁ ବାତିଲକରଣ, ପୂର୍ଣ୍ଣ ଫେରସ୍ତ କିମ୍ବା ପୁନଃନିର୍ଦ୍ଧାରିତ କରିବାର ପ୍ରସ୍ତାବ ଦିଆଯାଇଛି ।