ପାଣ୍ଡିଆନଙ୍କ ସୁରକ୍ଷାରେ ନିୟୋଜିତ ଥିଲେ ୭୨ ପୋଲିସ: ମନ୍ତ୍ରୀ

ଭୁବନେଶ୍ଵର: ପାଣ୍ଡିଆନଙ୍କ ସୁରକ୍ଷାରେ ନିୟୋଜିତ ଥିଲେ ୭୨ ପୋଲିସ । ମୁଲତବି ଆଲୋଚନାରେ ନାଁ ନ ନେଇ ବିରୋଧୀଙ୍କୁ ଆଇନ ମନ୍ତ୍ରୀଙ୍କ ଇସାରା । ପରୋକ୍ଷରେ ପୂର୍ବତନ ୫ଟି ଅଧକ୍ଷ ପାଣ୍ଡିଆନଙ୍କୁ କଲେ ଟାର୍ଗେଟ୍‌ ।  ବିଜେଡି ସଦସ୍ୟଙ୍କ ଠାରୁ ଜବାବ ମାଗିଲେ ଆଇନ ମନ୍ତ୍ରୀ । ଜଣେ ବାବୁଙ୍କ ପାଇଁ ଆପଣଙ୍କ ସରକାର ୭୨ ପୋଲିସ କାହିଁକି ଦେଇଥିଲେ । ସେ ଯେଉଁ ଆଡ଼େ ଗସ୍ତ କରୁଥିଲେ ଥାନା ବାବୁ ମାନେ ଡିୟୁଟିରେ ଯାଉଥିଲେ । ଥାନାକୁ ଖାଲି କରାଇ ଝାଳବୁହା କାର୍ଯ୍ୟ କରାଯାଉଥିଲା କାହିଁକି । କିନ୍ତୁ ଆଜି ଦିନରେ ଆମ ମୁଖ୍ୟମନ୍ତ୍ରୀଙ୍କୁ ସେତିକି ସୁରକ୍ଷାକର୍ମୀ ଆବଶ୍ୟକ ପଡୁନି । ଏ ସବୁର ଉତ୍ତର ରଖନ୍ତୁ ବିରୋଧୀ ସଦସ୍ୟ ବୋଲି କହିଛନ୍ତି ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।