ମାଲକାନଗିରି: ଭାଙ୍ଗୁଛି ମାଓଗଡ । ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ । ଛତିଶଗଡ଼ ବିଜାପୁରରେ ୭୨ ମାଓବାଦୀଙ୍କ ଆତ୍ମସମର୍ପଣ କରିଥିବା ନେଇ ସୂଚନା ମିଳିଛି । ଛତିଶଗଡରେ ମାଓବାଦର ମୂଳପୋଛ ପାଇଁ ଅପରେସନ ଚାଲିଥିବା ବେଳେ ମାଓ ନିପାତ ପାଇଁ ବିଭିନ୍ନ ସମୟରେ ଆକ୍ସନ ହେଉଛି । ଆଉ ଜୀବନ ବିକଳରେ ମାଓବାଦୀମାନେ ଆତ୍ମସମର୍ପଣ କରୁଛନ୍ତି ।

ଆଜି ବସ୍ତର ଡିଭିଜନର କାଂକେର ଜିଲ୍ଲାରେ ୨୧ ମାଓବାଦୀ ଅସ୍ତ୍ର ତ୍ୟାଗ କରିବା ସହ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କୁ ସ୍ବାଗତ କରିବା ପାଇଁ ରେଡ୍ କାରପେଟ୍ ବିଛାହେବା ସହ ଆଇଜି ତାଙ୍କୁ ସମ୍ବିଧାନର ବହି ଉପହାର ଦେଇଛନ୍ତି । ସେପଟେ ଛତିଶଗଡ ବିଜାପୁର ଠାରେ ୫୧ ମାଓବାଦୀ ଅସ୍ତ୍ରତ୍ୟାଗ କରି ଆତ୍ମସମର୍ପଣ କରିଛନ୍ତି । ବିଜାପୁର ପୋଲିସ ନକଟରେ ବନ୍ଧୁକ ସମର୍ପଣ କରିଛନ୍ତି ମାଓବାଦୀ । ଆତ୍ମସମର୍ପଣ କରିଥିବା ମୋଟ ୭୨ ମାଓବାଦୀଙ୍କ ମଧ୍ଯରୁ ଅନେକ ମହିଳା ମାଓବାଦୀ ଅଛନ୍ତି ।