ତେଲେଙ୍ଗାନା; ଯବାନଙ୍କ ଗୁଳିରେ ଚାଲିଗଲେ ୭ଜଣ ମାଓବାଦୀ । ତେଲେଙ୍ଗାନା ପୋଲିସର ଏନକାଉଣ୍ଟର ଚାଲିଯାଇଛନ୍ତି ୭ଜଣ ମାଓବାଦୀ । ଅପରେସନ ସମୟରେ ପୋଲିସକୁ ମିଳିଛି ବଡ ସଫଳତା । ସେପଟେ ଜଙ୍ଗଲ ଭିତରେ ସୁରକ୍ଷାବଳୟ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ମାଓବାଦୀ ରହିଥିବା ନେଇ ଖବର ପାଇବା ପରେ ତେଲେଙ୍ଗାନା ପୋଲିସ ପକ୍ଷରୁ କମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା । ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ୭ଜଣ ମାଓବାଦୀ ସଫା ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ମୁଲୁଗୁ ଏସପି ଡକ୍ଟର ସାବରେଶ ।