ହାଇଦ୍ରାବାଦ: ସମୟରେ ହାଇଦ୍ରାବାଦର କିଙ୍ଗ କୋଟି ସରକାର ଡାକ୍ତରଖାନାରେ ପହଞ୍ଚିଲାନି ଅକ୍ସିଜେନ । ଫଳରେ ଚାଲିଗଲା ୭ ଜୀବନ । ଅ ତେବେ ହସ୍ପିଟାଲ ପାଇଁ ଅକ୍ସିଜେନ ଯାଉଥିଲା । କିନ୍ତୁ ଅକ୍ସିଜେନ ନେଇ ଯାଉଥିବ।। ଟ୍ୟାଙ୍କରଟି ବାଟ ବାଉଳା ହୋଇଗଲା । ।ଇସିୟୁ ରୋଗୀଙ୍କୁ ସମୟ ଥାଇ ଅକ୍ସିଜେନ ନ ମିଳିବାରୁ ଘଟିଛି ଏପରି ଅଘଟଣ ।
ସୂଚନା ଅନୁଯାୟୀ, ହାଇଦ୍ରାବଦର କିଙ୍ଗ କୋଟି ଡାକ୍ତରଖ।।ନାରେ ଅକ୍ସିଜେନ ଶେଷ ହେବା ପୂର୍ବରୁ ଡାକ୍ତରଖାନା କର୍ତ୍ତୃପକ୍ଷ ସମୟ ଥାଇ ଅକ୍ସିଜେନ ସପ୍ଲାଇ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଜଣାଇଦେଇଥିଲେ । ଅଧିକାରୀ ଏକ ଅକ୍ସିଜେନ ଟ୍ୟାଙ୍କର ଡାକ୍ତରଖାନାକୁ ପଠାଇ ଦେଇଥିଲେ । କିନ୍ତୁ ଦୁର୍ଭାଗ୍ୟକୁ ସେହି ଟ୍ୟାଙ୍କର ଡାକ୍ତରଖାନା ରାସ୍ତା ବାଉଳା ହୋଇ ଅନ୍ୟ ରାସ୍ତାରେ ଚାଲିଯାଇଥିଲା । ଅବଶ୍ୟ ପରେ ଟ୍ୟାଙ୍କର ଡ୍ରାଇଭରର ସୂଚନା ପାଇ ତାଙ୍କୁ ରାସ୍ତା କୁହାଯାଇଥିଲା । କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା । ଫଳରେ ୭ ରୋଗୀଙ୍କ ଜୀବନ ଚାଲିଯାଇଥିଲା ।