ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ , ୭ ଗିରଫ
ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ଦେଖିବାକୁ ମିଳୁଛି।
(ଗଂଜାମ / ରଜନୀକାନ୍ତ ପାତ୍ର) : ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ଦେଖିବାକୁ ମିଳୁଛି। ଗଞ୍ଜେଇ ଚାଲାଣର ମୁଖ୍ୟ ମାଧ୍ୟମ ପାଲଟିଛି ବ୍ରହ୍ମପୁର ସହର। ସହର ଦେଇ ଅନେକ ସ୍ଥାନରୁ ଗଞ୍ଜେଇ ଚାଲାଣ ହେଉଛି। ଆଜି ଗଞ୍ଜେଇ ମାଫିଆଙ୍କ ମାଷ୍ଟର ପ୍ଲାନ୍ ଫେଲ୍ ମାରିଛି ବ୍ରହ୍ମପୁର ଅବକାରୀ ବିଭାଗ ଆଗରେ । ଅବକାରୀ କମିଶନର ଆଶିଷ କୁମାର ସିଂଙ୍କ ଆଦେଶ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ଅବକାରୀ ଅଧିକାରୀ ରାମେନ୍ଦ୍ର ନାରାୟଣ ନାଏକଙ୍କ ନେତୃତ୍ଵରେ ବ୍ରହ୍ମପୁର ମୋବାଇଲ୍ ଟିମ୍ ଓ ମଲ୍ଟି ଡିସିପ୍ଲିନ୍ ସ୍କ୍ୱାଡ଼ଙ୍କ ସମେତ ଅବକାରୀ ବିଭାଗର ବହୁ ଅଧିକାରୀଙ୍କ ମିଳିତ ଚଢଉରେ ବହୁ ପରିମାଣ ଗଞ୍ଜେଇ ଜବତ କରାଯାଇଛି ।
ସୂଚନାନୁଯାୟୀ , କଦଳୀ ବୋଝେଇ ଟ୍ରକ ଓ ସୁଇପ୍ଟ ଡିଜାଇର୍ କାର୍ ଭିତରୁ ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ। ଟ୍ରକ ଓ ସୁଇପ ଡିଜାଇର୍ କାର୍ ଯୋଗେ ଆନ୍ଧ୍ର ପ୍ରଦେଶ ପଟୁ ବ୍ରହ୍ମପୁର ସହର ଦେଇ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କନିଷି ଓ ହଳଦିଆ ପଦର ଜାତୀୟ ରାଜପଥ ଛକ ନିକଟରେ ବ୍ରହ୍ମପୁର ଅବକାରୀ ବିଭାଗ ହାବୁଡ଼ରେ ପଡିଥିଲେ । ପରେ ଗାଡ଼ି ଯାଞ୍ଚ ବେଳେ କଦଳୀ ବୋଝେଇ ଟ୍ରକ ରୁ ୧୧୪୦ କେଜି ଓ କାର୍ ଭିତରୁ ୧୧୦କେଜି ର ଗଞ୍ଜେଇ ଜବତ କରାଯିବା ସହ ୭ଜଣ ଯୁବକଙ୍କୁ ଗିରଫ କରିଛି ଅବକାରୀ ଗୁଇନ୍ଦା ବିଭାଗ ।
ଗିରଫ ଅଭିଯୁକ୍ତ ହେଲେ ରାୟଗଡ଼ା ଜିଲ୍ଲା ର ପ୍ରଣବ କୁମାର ବେଗରାଇ(୨୫),କନ୍ଧମାଳ ଫିରିଙ୍ଗିଆ ଗ୍ରାମର ଅଶ୍ୱିନ କୁମାର ସାହୁ(୨୫), ଖୋର୍ଦ୍ଧା ରଙ୍ଗରପଡା ଗ୍ରାମ ର ବାସୁଦେବ ପରିଡ଼ା(୩୯),କନ୍ଧମାଳ ଜିଲ୍ଲା ର ମନସରଞ୍ଜନ କର୍ଣ୍ଣ(୨୫),ରାୟଗଡ଼ା ମେଦିରି ସାହି ର ଏ. ସୋମିର ରାଜ(୩୦) ,ଗଞ୍ଜାମ ସୁଇଁତୁଲା ଗ୍ରାମ ର ପଙ୍କଜ ରାଉଳ(୨୭),ଅନିଲ ମହାରଣା(୨୫) । ଏଥିମଧ୍ୟରୁ ରାୟଗଡ଼ା ରୁ ଦୁଇଜଣ ଓ ଖୋର୍ଦ୍ଧା ର ଜଣେ ମାଷ୍ଟର ମାଇଣ୍ଡ ଥିବା ଅବକାରୀ ବିଭାଗ କହିଛି । ସେହିପରି ପରି ସୁଇପ ଡିଜାଇର୍ କାର୍ ମଧ୍ୟରୁ ୧୧୦କେଜି ଗଞ୍ଜେଇ ଜବତ ହୋଇଛି । ଜବତ ହୋଇଥିବା ଗଞ୍ଜେଇ ର ଆନୁମାନିକମୂଲ୍ୟ ଏକ କୋଟି ରୁ ଉର୍ଦ୍ଧ୍ବ ହେବା ନେଇ ଅବକାରୀ ବିଭାଗ ସୂପରିଟେଣ୍ଡେଣ୍ଟ ରାମେନ୍ଦ୍ର ନାରାୟଣ ନାୟକ କହିଛନ୍ତି । ଏ ଘଟଣାରେ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା । ଏହି ଚଡ଼ାଉରେ ଇନ୍ସପେକ୍ଟର ମିହିର କୁମାର ସେଠୀ ,ଅର୍ଜୁନ କୁମାର ମଲ୍ଲିକ,ସବ୍ ଇନ୍ସପେକ୍ଟର ଅଭିରାମ ସାହୁ,ଏଏସଆଇ ପ୍ରଦୀପ କୁମାର ସାହୁ ,କନିଷି ଆଡ଼ିସନାଲ ତହସିଲଦାର ମନୋଜ ପ୍ରଭାକର କୁଜୁରଙ୍କ ସମେତ ବିଭାଗୀୟ ବହୁ ପଦାଧିକାରୀ ସାମିଲ ଥିଲେ ।