ନୂଆଦିଲ୍ଲୀ: ରୁଷିଆର କାମଚଟକା ଅଞ୍ଚଳ ନିକଟରେ ପୁଣି ଥରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (ୟୁଏସ୍ଜିଏସ୍) ନିଶ୍ଚିତ କରିଛି ଯେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୮ ମାପ କରାଯାଇଥିଲା। ଭାରତୀୟ ସମୟ ଅନୁସାରେ ରାତି ପ୍ରାୟ ୧୨ଟା ୨୮ ମିନିଟ୍ରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ୨୦ ମିନିଟ୍ ମଧ୍ୟରେ ଦୁଇଟି ଭୂମିକମ୍ପ ଭୂମିକୁ ଥରାଇ ଦେଇଛି । ତୀବ୍ରତା ୭.୮ ରେକର୍ଡ ହୋଇଛି । ସୁନାମୀ ଭୟ ବଢିଛି । ଆଲର୍ଟ ଜାରି ହୋଇଛି ।
ରୁଷ କାମଚଟକାରେ ଆସିଥିବା ପ୍ରଥମ ଭୂମିକମ୍ପର ତୀବ୍ରତା ୭.୮ ରେକର୍ଡ ହୋଇଛି । ଏହାର କେନ୍ଦ୍ରସ୍ଥଳୀ ୧୦ କିଲୋମିଟର ତଳେ ଥିବା ଭୂବିଜ୍ଞାନୀ ଅନୁସନ୍ଧାନ କେନ୍ଦ୍ର ଅନୁମାନ କରିଛି । ଦ୍ବିତୀୟ ଝଟକାର ତୀବ୍ରତା ୬ ତୀବ୍ରତାର ଥିଲା । ଏଯାଏଁ କୌଣସି କ୍ଷୟକ୍ଷତର ସୂଚନା ଆସିନାହିଁ । ଭୂମିକମ୍ପ ପରେ ସମୁଦ୍ରରେ ଉଚ୍ଚ ଜୁଆର ଉଠିଥିବା ଦେଖିବାକୁ ମିଳିଛି । ସୁନାମି ସତର୍କତା ଜାରି କରାଯାଇଛି । ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି କି ମୃତାହତ ଜନିତ ରିପୋର୍ଟ ହସ୍ତଗତ ହୋଇନାହିଁ । ଏହି ଭୂମିକମ୍ପ ସେହି ଅଞ୍ଚଳରେ ହୋଇଛି ଯେଉଁଠାରେ ଚଳିତ ବର୍ଷ ଜୁଲାଇରେ ୮.୮ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା, ଯାହା ପରେ ପ୍ରଶାନ୍ତ ମହାସାଗରରେ ସୁନାମି ଚେତାବନୀ ଜାରି କରାଯାଇଥିଲା।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ୧୩ ତାରିଖରେ କାମଚଟ ଦ୍ବୀପରେ ୭.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ୟୁଏସ୍ଜିଏସ୍ ରିପୋର୍ଟ ଅନୁସାରେ, ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିରୁ ୩୯.୫ କିଲୋମିଟର ତଳେ, କାମଚଟକାର ପ୍ରଶାସନିକ କେନ୍ଦ୍ର ପେଟ୍ରୋପାଭଲୋଭସ୍କ-କାମଚଟସ୍କିଠାରୁ ୧୧୧ କିଲୋମିଟର ପୂର୍ବରେ ଥିଲା।