ଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ଆଜି ଦେଶରେ ମୋଟ ଉପରେ ବ୍ରଜପାତ ଯୋଗୁଁ ୬୮ ଜଣଙ୍କ ଜୀବନ ଯାଇଛି । ଉତ୍ତରପ୍ରଦେଶରେ ୪୧ ଜଣ ସର୍ବାଧିକ ବ୍ରଜପାତରେ ମୃତ୍ୟ ଘଟିଛି । ମଧ୍ୟପ୍ରଦେଶରେ ସାତ ଜଣଙ୍କ ଜୀବନ ଯାଇଥିବା ବେଳେ ରାଜସ୍ଥାନରେ ମୃତ୍ୟ ସଂଖ୍ୟା ୨୦ ଛୁଇଁଥିବା ବେଳେ ଏଥିମଧ୍ୟରୁ ୭ ଜଣ ଶିଶୁ ମଧ୍ୟ ଅଛନ୍ତି । ପ୍ରଧାନମନ୍ତ୍ରି ନରେନ୍ଦ୍ର ମୋଦୀ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହିତ ୫୦ ହଜାର ଟଙ୍କା ଆହାତ ମାନଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛିନ୍ତି । ଏଥି ସହିତ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।