କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୬୩ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ରହିଛନ୍ତି । ଏକ ସ୍କୁଲ ନିକଟରେ ଏହି ବିସ୍ଫୋରଣ ଶନିବାର ହୋଇଥିଲା ।
ରାଷ୍ଟ୍ରପତି ଅଶରଫ ଗନି ଏହି ଆକ୍ରମଣକୁ ନିନ୍ଦା କରିବା ସହ ଏହି ଆକ୍ରମଣ ପଛରେ ଆତଙ୍କବାଦୀ ତାଲିବାନକୁ ଦାୟୀ କରିଛନ୍ତି । ଏଥିସହ ମଙ୍ଗଳବାର ଦିନ ଦେଶରେ ଶୋକ ଦିବସ ପାଳନ କରିବାକୁ ଗନି ଘୋଷଣା କରିଛନ୍ତି । ଅନ୍ୟପଟେ ତାଲିବାନର ମୁଖପାତ୍ର ଗନିଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଏହି ଆକ୍ରମଣ ପଛରେ ତାଲିବାନ ନାହିଁ । ଏହା ପଛରେ ଇସଲ।।ମିକ ଷ୍ଟେଟର ହାତ ଥିବା ମୁଖପାତ୍ର କହିଛନ୍ତି ।