6 ଓଡ଼ିଆ ଶ୍ରମିକଙ୍କର ଶରୀର ନିଜ ଗାଁରେ ପହଁଚିଲା…

ଗତକାଲି ଆନ୍ଧ୍ରପ୍ରଦେଶର ବାପଟଲା ଜିଲ୍ଲାରେ ଥିବା ଏକ ପଥର କୁଆଁରୀରେ ପଥର ବ୍ଲାଷ୍ଟ ସମୟରେ 6 ଜଣ ଓଡ଼ିଆଙ୍କ ମୃତ୍ୟୁ ହୋଇଥିଲା । ସେମାନେ ହେଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳର 4 ଜଣ ଓ ମୋହନା ବ୍ଲକ ଅଲୋରା ଗାଁରା ଦୁଇଜଣଙ୍କର ମୃତ୍ୟୁ ଘଟିଛି । ଆଲୋରା ଗାଁର ଦୁଇ ମୃତ ଯୁବକ ହେଉଛନ୍ତି ଭାସ୍କର ବିଷୋୟୀ, ଓ ଟୁକୁନା ଦଳାଇ ତେବେ ଆଜି ନିଜ ଘରକୁ ପହଁଚିଲା ମୃତ ଦେହ । ତେବେ ପରିବହନମନ୍ତ୍ରୀ ବିଭୁତିଜେନା ଓ ଗୋକୁଳାନନ୍ଦ ମଲ୍ଲିକ ମୃତବ୍ୟକ୍ତିଙ୍କ ଗାଁରେ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି । ଏବଂ ଏହି ଘଟଣା ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ଦେବାପାଇଁ ଘୋଷଣା କରିଥିବା ବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରତି ମୃତକଙ୍କ ପରିବାରକୁ 14 ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି । ବର୍ତମାନ ମୃତକଙ୍କ ଗାଁ କାନ୍ଦବୋବାଳିରେ ଫାଟି ପଡିବା ସହ ଗାଁରେ ସମ୍ପୂର୍ଣ ଭାବେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।  ସେମାନଙ୍କର ଶେଷକୃତ୍ୟ ସମ୍ପର୍ହ୍ନ କରାଗଲା ।