ବରଗଡ(ଚିତ୍ତ ରଞ୍ଜନ ସାହୁ); ବରଗଡ଼ ସହର ଉପକଣ୍ଠ ସିମେଣ୍ଟ ନଗରରୁ ୫ବର୍ଷର ଶିଶୁପୁତ୍ରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି ।ରବିବାର ସଂଦ୍ଧ୍ୟାରେ ମହମ୍ମଦ ମୁଜମ ନାମକ ଶିଶୁଟି ଖେଳୁଥିବା ବେଳେ କିଛି ଦୁବୃର୍ତ୍ତ ତାଙ୍କୁ ଉଠାଇ ନେଇଥିବା ଜଣାପଡିଛି । ତେବେ ଅପହୃତ ଶିଶୁ ବରଗଡ଼ ସିମେଣ୍ଟ କାରଖାନାରେ କାର୍ୟ୍ୟରତ ଜଣେ ଅଧିକାରୀଙ୍କ ପୁଅ ହୋଇଥିବା ଯୋଗୁଁ ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଛି । ଏ ସମ୍ପର୍କରେ ବରଗଡ଼ ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାରୀଙ୍କୁ ପଚାରିବାରୁ ସେଭଳି ଏକ ଖବର ମିଳିଛି ଓ ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି ବୋଲି କହିଛନ୍ତି ।ଘଟଣାସ୍ଥଳରୁ ଏକ ଇଂରାଜୀରେ ଲେଖାଥିବା ଚିଠି ଜବତ ହୋଇଛି । ୧୦ ଲକ୍ଷ ଟଙ୍କା ଦେଲେ ପରିବାର ଲୋକେ ପୁଅକୁ ସୁରକ୍ଷିତ ଭାବେ ଫେରି ପାଇବେ ବୋଲି ଚିଠିରେ ଲେଖାଯାଇଛି ।ହେଲେ ରାତି ପ୍ରାୟ ୧୨ଟା ସମୟରେ ମା କୋଳକୁ ଫେରିଥିଲା ଅପହରଣ ହୋଇଥିବା ଶିଶୁଟି। ଘର ପାଖରେ ଥିବା ଏକ ସ୍କୁଲ ପାଖରେ ବାଇକରେ ବସାଇ ଆଣି ଛାଡି ପଳାଇଥିଲେ ଦୁର୍ବୃତ୍ତମାନେ । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଭୟରେ ଛାଡି ଚାଲିଯାଇଥିବା ଅନୁମାନ କରାଯାଉଛି ବୋଲି କହିଛନ୍ତି ପରିବାର ଲୋକ ।