ଗୋଲାମୁଣ୍ଡା ଶିବାଜୀ ଷ୍ଟାଡିୟମ ଠାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗୋଲାମୁଣ୍ଡା ର ପଞ୍ଚମ ବାର୍ଷିକ କ୍ରୀଡା ଅନୁଷ୍ଠିତ
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଲାମୁଣ୍ଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଗୋଲାମୁଣ୍ଡା ର ପଞ୍ଚମ ବାର୍ଷିକ କ୍ରୀଡା ସମାରୋହ ଅନୁଷ୍ଠିତ ହେଇଥିଲା ।ଏହି କ୍ରୀଡା ସମାରୋହ ରେ ସମାଜ ସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ । ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗୋଲାମୁଣ୍ଡା ର ପରିଚାଳନା ସମିତି ର ଉପସଭାପତି ବୈଶାଖୁ କେତକୀ, ସଭ୍ୟା ନମିତା ମଲ୍ଲିକ, ସଂଯୁକ୍ତା ଖାଲଖୌ ଓ ପ୍ରଧାନ ଆଚାର୍ୟ୍ୟ ଶ୍ରୀଯୁକ୍ତ ବ୍ରହ୍ମା ପ୍ରସାଦ କାଣ୍ଡ ମଞ୍ଚାସିନ ହୋଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟ ର ସଙ୍ଗୀତ ଗୁରୁଜୀ ଅଶ୍ଵିନୀ ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ ।ଭୁପେନ୍ଦ୍ର ଦେବ ସାହୁ ଖେଳ ପରିଚାଳନା କରିଥିଲେ । ବିଦ୍ୟାଳୟ ର ବରିଷ୍ଠ ଗୁରୁଜୀ ଦେବେନ୍ଦ୍ର କୁମାର ପଣ୍ଡା,କୁଶ କୁମାର ରାଉତ, ପରମାନନ୍ଦ ମାଝୀ,ମମତା ଚଲାନ,ମଞ୍ଜୁଲା ମାଝୀ, ଦିବ୍ୟ ରାଣୀ ସାହୁ,ଟୁନି ସାହୁ ପ୍ରମୁଖ ଖେଲ ପରିଚାଳନା ରେ ଶହୋଯୋଗ କରିଥିଲେ । ବିଦ୍ୟାଳୟ ର ସେବିକା ପ୍ରମିଲା ବେହେରା ଓ ପାୟଲ ପଟେଲ ସ୍ଵଚ୍ଛତା ଓ ସମସ୍ତ ପାଇଁ ଜଲ ର ବ୍ୟବସ୍ଥା କରିଥିଲେ । ମୋଟ୍ ରେ ୩୫ ଟି ପ୍ରତିଯୋଗିତା ତିନୋଟି ବିଭାଗରେ ହୋଇ ଥିଲା । ଶାନ୍ତି ସୃଙ୍ଖଲା ସହ ପଞ୍ଚମ ବାର୍ଷିକ କ୍ରୀଡା ସମାରୋହ ଶିବାଜୀ ଷ୍ଟାଡିୟମ ଗୋଲାମୁଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଅଛି ।