ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରିଛନ୍ତି ୫ଟି ସଚିବ

ଭୁବନେଶ୍ୱର: ଆଜି ୫ଟି ସଚିବ ଭି.କେ ପାଣ୍ଡିଆନ୍ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରିଛନ୍ତି | ଭୋର ସାଢେ ୫ଟାରେ ମନ୍ଦିର ପରିଦର୍ଶନ କରି ବିକାଶ ସ୍ଥିତି ସମୀକ୍ଷା କରିବା ସହ ମାଆଙ୍କୁ ଦର୍ଶନ କରି ମନ୍ଦିରର ବିକାଶ ନେଇ ଆଲୋଚନା କରିଛନ୍ତି | ଏହାପରେ ହିଲଟପରେ ଥିବା ହନୁମାନ ମନ୍ଦିର ମଧ୍ୟ ପରିଦର୍ଶନ କରିଥିଲେ। ସେ ସ୍ଥାନକୁ ମଧ୍ୟ କିପରି ସୁନ୍ଦର କରାଯାଇପାରିବ, ସେଥିପାଇଁ ହୋଇଛି ଆଲୋଚନା ।

ସେହିପରି ପାଇକରାପୁରରେ ପ୍ରସ୍ତାବିତ ସ୍ପୋର୍ଟ୍ସ ସିଟିର କାମର ସମୀକ୍ଷା କରିଥିଲେ ୫ଟି ସଚିବ। ଜଟଣୀ ଅଲକର ମଧ୍ୟ ଗସ୍ତ କରିଥିଲେ ୫ଟି ସଚିବ । ତାଙ୍କ ସହ ବିଡିଏ ଉପାଧ୍ୟକ୍ଷ, ବିଏମସି କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ, ଉପଜିଲ୍ଲାପାଳ, ଭୁବନେଶ୍ବର ତହସିଲଦାର ଓ ଚନ୍ଦକା ଡିଏଫଓ ଉପସ୍ଥିତ ଥିଲେ ।