ଜଗତସିଂହପୁର ଜିଲ୍ଲା ମାଆ ଶାରଳାଙ୍କ ମନ୍ଦିରରେ ୫ଟି ସଚିବ ଭି.କେ. ପାଣ୍ଡିଆନ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ପ୍ରସିଦ୍ଧ ଦେବୀ ମା ଶାରଳାଙ୍କ ମନ୍ଦିରରେ ୫ଟି ସଚିବ ଭି.କେ ପାଣ୍ଡିଆନ। ଆଜି ସକାଳ ପ୍ରାୟ ୭ଟା ସମୟରେ ପହଞ୍ଚି ମାଙ୍କ ଦର୍ଶନ କରିଥିଲେ।

ଏଥି ସହ  ତାଙ୍କ ଗସ୍ତ ସମୟରେ ଜିଲ୍ଲାପାଳ, ଏସପି, ପୂର୍ତ୍ତି ବିଭାଗ ନିର୍ବାହୀ ଯନ୍ତ୍ରୀ, ବିଡ଼ିଓ, ତହସିଲଦାର ପ୍ରମୁଖ ଉପସ୍ଥିତ ରହିଥିଲେ। ମାଙ୍କ ମନ୍ଦିର ସମ୍ପର୍କରେ ପଣ୍ଡା ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ୫ଟି ସଚିବ।

ମନ୍ଦିର ପରିବେଶ ରାସ୍ତା ସମ୍ପ୍ରସାରଣ, ଯାତ୍ରୀ ବିଶ୍ରାମଗାର, ଚନ୍ଦନ ପୋଖରୀ ପୁନରୁଦ୍ଧାର ଆଦି ଉନ୍ନୟନ ମୂଳକ ବିଷୟରେ ଆଲୋଚନା କରିଥିଲେ। ପାରିପାର୍ଶ୍ବିକ ସ୍ଥାନ ବୁଲି ଦେଖିଲେ 5T ସଚିବ।