ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ୍ । ହସ୍ପିଟାଲ ଗସ୍ତ କରିବା ସହିତ ଭିତ୍ତିଭୂମି ବିକାଶର ସମୀକ୍ଷା କରିଛନ୍ତି । ଟ୍ରମା କେୟାରରୁ ନେଇ ରିସର୍ଚ୍ଚ ଟ୍ରମା କେୟାର, ସର୍ଜରୀ ବ୍ଲକ, ବରିଷ୍ଠ ଡାକ୍ତରଙ୍କ କ୍ୱାର୍ଟର ଭିତ୍ତିଭୂମିର ବିକାଶ କେତେ ଦୂର ହୋଇଛି ତାର ସମୀକ୍ଷା କରିଛନ୍ତି । ସେହିଭଳି ହସ୍ପିଟାଲ ପରିସରରେ ହେଉଥିବା ନିର୍ମାଣାଧୀନ କନଷ୍ଟ୍ରକ୍ସନ ବୁଲିବା ସହିତ ବହୁ ସମୟ ଧରି ଆଲୋଚନା କରିଛନ୍ତି । ସମୀକ୍ଷା ବେଳେ ସ୍ବାସ୍ଥ୍ୟ ବିଭାଗର ସଚିବ ଶାଳୀନ ପଣ୍ଡିତ, ସଚିବ ବୀର ବ୍ରିକମ ଯାଦବ, ସ୍ବାସ୍ଥ୍ୟ ବିଭାଗର ନିର୍ଦେଶକ ବିଜୟ ମହାପାତ୍ର ସମେତ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ବି ଉପସ୍ଥିତ ଥିଲେ । ହସ୍ପିଟାଲ ପରିସରରେ ହେଉଥିବା ନିର୍ମାଣଧିନ କାମ ବୁଲିବା ସହ ବହୁ ସମୟ ଧରି ଆଲୋଚନା କରିଛନ୍ତି । ସମୀକ୍ଷା ବେଳେ ସ୍ବାସ୍ଥ୍ୟ ବିଭାଗ ସଚିବ ଶାଳୀନୀ ପଣ୍ଡିତ, ସଚିବ ବୀର ବ୍ରିକମ ଯାଦବ, ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସମେତ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ବି ଉପସ୍ଥିତ ଥିଲେ । ଆସନ୍ତା ୨୦୨୩ ମସିହା ସୁଦ୍ଧା ନିର୍ମାଣ କାମ ଶେଷ ହେବ । କ୍ୟାପିଟାଲ ହସ୍ପିଟାଲର ପରିସରରେ ୮୦ କୋଟି ଟଙ୍କାରେ ତିଆରି ହେଉଥିବା ଟ୍ରମାକେୟାର ନିର୍ମାଣସ୍ଥଳ ସହ ୨୮୦ କୋଟି ଟଙ୍କାରେ ତିଆରି ହେଉଥିବା ପିଜିଆଇ ବ୍ଲକ କାମ ବୁଲି ଦେଇଥିଲେ ୫-ଟି ସଚିବ ।