ବରମୁଣ୍ଡା ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ୫ଟି ସଚିବ

ଭୁବନେଶ୍ୱର: ଏହି କାମର ଅଗ୍ରଗତି ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ ଆଜି ଅପରାହ୍ନରେ ସ୍ଥାନୀୟ ବରମୁଣ୍ଡା ସ୍ଥିତ ନିର୍ମାଣଧୀନ ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ପହଞ୍ଚି ଥିଲେ । ନିର୍ମାଣ କାର୍ୟ୍ୟ ଅଗ୍ରଗତିର ସମୀକ୍ଷା କରିଛନ୍ତି ୫ଟି ସଚିବ ଭକେ ପାଣ୍ଡିଆନ୍ ।ସମୀକ୍ଷାରୁ ଜଣାଯାଇଛି, ଯେ ପ୍ରକଳ୍ପର ୮୫ ପ୍ରତିଶତ କାମ ଶେଷ ହୋଇସାରିଛି । ବୈଠକରେ ବିଏମସି କମିଶନର, ଡିସିପି ଉପସ୍ଥିତ ଥିଲେ ।

ସୌରଶକ୍ତିରେ ଚାଲିବ ପୂରା ଟର୍ମିନାଲ । ୧୮୦ କୋଟି ଟଙ୍କା ବ୍ୟୟରେ ଏହି ଟର୍ମିନାଲ ନିର୍ମାଣ କାମ ଚାଲିଛି। ୧୧ ଏକର ଜମିରେ ହେଉଛି ବିଶ୍ବସ୍ତରୀୟ ବସ ଟର୍ମିନାଲ। ଏହି ଟର୍ମିନାଲରେ ଦୈନିକ ୨ ହଜାର ବସ ଚଳାଚଳ କରିବ । ବର୍ତ୍ତମାନ ସୁଦ୍ଧା ୮୦ ପର୍ତିଶତ କାମ ସରିଥିବା ସୂଚନା ମିଳିଛି ।

 

ବସ ଟର୍ମିନାଲରେ ବିମାନବନ୍ଦର ଭଳି ସବୁ ସୁବିଧା ମିଳିବ । ଯାତ୍ରୀଙ୍କୁ ଗୋଟିଏ ଛାତ ତଳେ ସସମ୍ତ ପ୍ରକାର ସୁବିଧା ମିଳିବ । ବସ୍ଟର୍ମିନାଲ୍ ସହିତ ବିଭିନ୍ନ ପ୍ରକାର ବ୍ୟବସାୟ ପ୍ରତିଷ୍ଠା ସାଙ୍ଗକୁ ଫୁଡ୍କୋଟ୍ର ବ୍ୟବସ୍ଥାମାନ ଏଠାରେ ରହିବ। ନୂଆ ବସ୍ ଟର୍ମିନାଲ୍‍ର ବେସ୍‍ମେଣ୍ଟରେ  କେବଳ କାର୍ ପାର୍କିଂ କରାଯିବ ବୋଲି ବ୍ୟବସ୍ଥା ରହିଛି।ଏହା ସହିତ ପ୍ରିପେଡ ଅଟୋରିକ୍ସା, ଟାକ୍ସି, ଓଲା, ଉବର ଆଦି ଟାକ୍ସି ଏଗ୍ରିଗେଟର ସୁବିଧା ମଧ୍ୟ ରହିବ ।ପ୍ରଥମ ମହଲାରେ ବାଇକ୍ ଓ କାର ପାର୍କିଂ ସହିତ ଟିକଟ୍ କାଉଣ୍ଟର ମଧ୍ୟ ଏଠାରେ ରହିବ। ଏହାର ଉପରମହଲାରେ ବସ୍ ଚଳାଚଳ ପାଇଁ କଣ୍ଟ୍ରୋଲ୍ରୁମ୍ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ରହିବ।

ବିଶାଖାପାଟନା, ହାଇଦ୍ରାବାଦ,ରାୟପୁର, ରାଞ୍ଚି, କୋଲକତା ଓ ବେଙ୍ଗାଲୁର ସମେତ ଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ବସ୍‌ ଚଳାଚଳ କରାଯିବ। ସେହିପରି ଏହି ବସ୍ ଟର୍ମିନାଲ୍ରେ ଓଡ଼ିଶାର କଳା ସଂସ୍କୃତିର ମଧ୍ୟ ଛାପ ରହିବାର ଯୋଜନା କରାଯାଇଛି।