ଭୁବନେଶ୍ୱର: ୫ଟି ସଚିବ ଭିକେ ପାଣ୍ଡିଆନ ଆଜି ବାଲେଶ୍ୱର ଗସ୍ତ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୂର୍ତ୍ତ ସଚିବ କ୍ରିଷ୍ଣନ କୁମାର ଏବଂ ଅନ୍ୟ ବହୁ ବରିଷ୍ଠ ଅଧିକାରୀମାନେ ବାଲେଶ୍ବର ଗସ୍ତ କରିଛନ୍ତି। ବାଲେଶ୍ବର ବିଭିନ୍ନ ପ୍ରକଳ୍ପର ତଦାରଖ କରିଛନ୍ତି ।
୫ଟି ସଚିବ, ମୁଖ୍ୟ ଶାସନ ସଚିବ ପ୍ରମୁଖ ବହୁ ସଚିବମାନେ ଆଜି ସକାଳେ ହେଲିକପ୍ଟର ଯୋଗେ ବାଲେଶ୍ବର ପୋଲିସ ପଡିଆରେ ପହଞ୍ଚିଥିଲେ । ଜିଲ୍ଲାରେ କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ୫ ଟି ସଚିବ ପ୍ରମୁଖ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ବାଲେଶ୍ଵରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିବା ସହ ସହର ସୌନ୍ଦର୍ଯ୍ୟକରଣ, ନିର୍ମାଣାଧୀନ ସରକାରୀ ମେଡିକାଲ କଲେଜ,୫ଟି କାର୍ଯ୍ୟକ୍ରମ, ପ୍ରସ୍ତାବିତ ପାର୍କ ନିର୍ମାଣ କାମର ସମୀକ୍ଷା କରିଥିଲେ । ରେମୁଣା ଛକରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା, ବାଲେଶ୍ୱର ବସଷ୍ଟାଣ୍ଡ ନବୀକରଣ ଏବଂ ମୋ ସ୍କୁଲ ଯୋଜନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ହାଇସ୍କୁଲର ପରିପାର୍ଶ୍ଵିକ ସ୍ଥିତି, ସ୍ମାର୍ଟ କ୍ଲାସରୁମ୍, ଉନ୍ନତ ଧରଣର ଲାବରେଟାରୀ ବିଷୟରେ ଅନୁଧ୍ୟାନ କରିଥିଲେ ।