ଓଡିଶା : ଓଡିଶାରେ ଆରମ୍ଭ ହେଲା ୫ଜି ସେବା । ସେବାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଉଦଘାଟନୀ ଉତ୍ସବରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଥମ ପର୍ୟ୍ୟାୟରେ ଟ୍ୱିନସିଟିରେ ୫ଜି ଯୋଡି ହୋଇଛି । ପରବର୍ତ୍ତୀ ପର୍ୟ୍ୟାୟରେ ୫ଟି ସହରରେ ଏହି ସେବା ଆରମ୍ଭ ହେବ ।୫-ଜି ସେବା ପାଇଁ ରିଲାଏନ୍ସ ଏବଂ ଏୟାରଟେଲ ପକ୍ଷରୁ ୫୧୦ଟି ବିଟିଏସ୍ ବିଭିନ୍ନ ସହରରେ ସ୍ଥାପନ କରାଯାଇଛି । ୫-ଜି ସେବା ଆରମ୍ଭ ହେଲେ ଟେଲିକମ୍ ଓ ଇଣ୍ଟରନେଟ୍ ଗ୍ରାହକମାନେ ଉନ୍ନତମାନର ସେବା ପାଇବେ । ଦେଶରେ ଗତବର୍ଷ ଅକ୍ଟୋବର ପହିଲାରେ ୫- ଜି ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ବେଳେ ଆଜି ଓଡ଼ିଶାରେ ଆରମ୍ଭ ହୋଇଛି ୫ଜି ମ୍ମୋବାଇଲ୍ ନେଟୱର୍କ ।
ତେବେ ଏହି ୫ଜି ନେଟୱର୍କ ଫଳରେ ଲୋକଙ୍କର କେଉଁ ସବୁ ଫାଇଦା ହେବ ଆସନ୍ତୁ ସେ ସମ୍ପର୍କରେ ଜାଣିବା-
୫ଜି ନେଟୱର୍କରେ ଶୀଘ୍ର ଖୋଲିବ ୱେବ ପେଜ, ନେଟୱର୍କ ସ୍ପିଡ ମଧ୍ୟ ବେଶି ରହିବ, ଫିଟୋ-ଭିଡିଓ ଅଲ୍ପ ସମୟ ମଧ୍ୟରେ ଡାଉନଲୋଡ ହେବ, ଏକାଧିକ ଡିଭାଇସ ସହ ଢୋଡି ହୋଇ ପାରିବା, ନେଟୱର୍କ ସ୍ପିଡ ୧ ସେକେଣ୍ଡରେ ୨୦ ଜିବି ପର୍ଯ୍ୟନ୍ତ ରହିବ, ଭିଡିଓ କଲ ଓ ଭଏସ କଲ ଆହୁରି ସହଜ ହୋଇଯିବ, ମାତ୍ର ୫ ରୁ ୬ ସେକେଣ୍ଡ ମଧ୍ୟରେ ଫିଲ୍ମ ଡାଉନଲୋଡ ହୋଇପାରିବ, ଅନଲାଇନରେ କାମ ସହ ପାଠପଢା ମଧ୍ୟ ଖୁବ ଶୀଘ୍ର ହୋଇଯିବ ।