(ରିପୋଟର୍ସ ଟୁଡେ/ଚଣ୍ଡିଗଡ): କୋରୋନା ସଂକ୍ରମଣରୁ କାହାରି ନୀସ୍ତାର ନାହିଁ । ମଣିଷଙ୍କଠାରୁ ଆରମ୍ଭ କରି ପଶୁଙ୍କ ଦେହରେ ଏହି ସଂକ୍ରମଣ ବ୍ୟାପିବାକୁ ଲାଗିଲାଣି । ହେଲେ ଏହି ସଂକ୍ରମଣ ସାରା ବିଶ୍ୱରେ କାୟାବିସ୍ତାର କରିବାରେ ଲାଗିଛି । ଏହି ସମୟରେ ଦେଶରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଘଟଣା । ଏହି ସଂକ୍ରମଣରୁ ବର୍ତ୍ତି ନାହିଁ ଜଣେ ୬ମାସର ଶିଶୁ । ଚଣ୍ଡିଗଡ ପିଜିଆଇରେ ଜଣେ ୬ମାସର ଶିଶୁର ରିପୋର୍ଟ ପଜେଟିଭ ଆସିବା ପରେ ତା ସଂସ୍ପର୍ଶରେ ଆସିଥିବା ମେଡିକାଲର ୫୪ଜଣ ଷ୍ଟାପଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଏହି ଷ୍ଟାପଙ୍କ ମଧ୍ୟରେ ୧୮ଜଣ ଡାକ୍ତରଙ୍କ ସମତେ ୫୪ଜଣ ଷ୍ଟାପଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ।
ସୂଚନାମୁତାବକ, ଚଣ୍ଡିଗଡର ଜଣେ ଶିଶୁ ଜନ୍ମରୁ ହାର୍ଟ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ଯାହାକି ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିଲା । ତାଙ୍କୁ ପ୍ରଥମେ ଲୁଧିଆନାର ଏକ ମେଡିକାଲରେ ୩୯ ଦିନ ପର୍ଯ୍ୟନ୍ତ ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ନ ହେବାରୁ ଶିଶୁଟିକୁ ପିଜିଆଇକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ହାର୍ଟ ସର୍ଜରୀ ବିଭାଗରେ ଶିଶୁଟିକୁ ଆଡମିଶନ କରାଯାଇଥିଲା । ବୁଧବାର ଦିନ ଶିଶୁଟିର ସାମ୍ପଲ ଟେଷ୍ଟ କରାଯିବା ରିପୋର୍ଟ ପରେ ପଜେଟିଭ ବାହାରିଥିବା ଜଣାପଡିଥିଲା । ପରେ ସେହି ମେଡିକାଲର ହାର୍ଟ ସର୍ଜରୀ ବିଭାଗର ୧୮ଜଣ ଡାକ୍ତର, ନର୍ସ ଓ ଅନ୍ୟ ଷ୍ଟାପ ମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଯାହାକି ସେମାନେ ସେହି ଶିଶୁଟିର ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ତେବେ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ୨୧ ହଜାର ରୁ ଉର୍ଦ୍ଧରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେହଭଳି ୪ହଜାରରୁ ଉର୍ଦ୍ଧ ଲୋକ ଭଲ ହୋଇ ଘରକୁ ଫେରିଥିବା ବେଳେ ୬୮୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।