ବିଏମସି ଅଞ୍ଚଳରେ ଜବର ଦଖଲ ହୋଇଛି ୫୦୦ ଏକର ସରକାରୀ ଜମି । ବିଧାନସଭାରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ବାପୁଜିନଗର, ଅଶୋକ ନଗର, ଗଙ୍ଗ ନଗର, ସହିଦ ନଗର, ସୂର୍ୟ୍ୟ ନଗର, ବମିଖାଲ, ଝାରପଡ଼ା, ପଟିଆ ଭଳି ଅଞ୍ଚଳରେ ପ୍ରଭାବଶାଳୀ ଜବର ଦଖଲ କରିଛନ୍ତି ସରକାରୀ ଜମି । ସେହି ଜମିକୁ ଜବର ଦଖଲ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ।
ଏଥିପାଇଁ ରାଜ୍ୟ ସରକାର ଗୋଟେ କମିଟି ଗଠନ କରି ଖୁବଶୀଘ୍ର ଜବର ଦଖଲ ଜମି ଉଚ୍ଛେଦ କରିବେ ବୋଲି ବିଧାନସଭାରେ କହିଲେ ମୁଖ୍ୟମନ୍ତ୍ରୀ । ଚଳିତ ବର୍ଷ ୭୦ ଏକର ସରକାରୀ ଜମି ଜବରଦଖଲ ମୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଧାନସଭା ରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।