(ମାଲକାନଗିରି): ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ମାଓ ସଂଗଠନ । ଆତ୍ମସମର୍ପଣ କଲେ ୫୦ ମିଲିସିଆ ମାଓବାଦୀ। ପୋଲିସ ଡିଜିଙ୍କ ନିକଟରେ ୫୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି।
ମାଲକାନଗିରି ଓ କୋରାପୁଟ ଗସ୍ତରେ ଅଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ। ଏହି କ୍ରମରେ ଆଜି ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳ ଗସ୍ତରେ ଥିବା ପୋଲିସ ଡିଜିଙ୍କ ନିକଟରେ ୫୦ ମିଲିସିଆ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ ବୋଲି ପୋଲିସ ଡିଜି କହିଛନ୍ତି ।
ଅନ୍ୟପଟେ , ଶନିବାର ଅନନ୍ତନାଗର ବିଜବେହାରା ଅଞ୍ଚଳର ଶାଦିପୋରାଠାରେ ଏହି ଏନକାଉଣ୍ଟର ଘଟିଛି । ଅନ୍ୟପକ୍ଷରେ ଗତ ୩ ଦିନରେ ସେନା ଏବଂ ଜମ୍ମୁ କାଶ୍ମୀର ପୁଲିସ କାର୍ଯ୍ୟାନୁଷ୍ଠାନରେ ୧୦ ଆତଙ୍କବାଦୀ ନିପାତ ହୋଇଛନ୍ତି।