ପୁରୀ: ଶ୍ରୀମନ୍ଦିରର ୫୦ ଜଣ ଏପର୍ଯ୍ୟନ୍ତ ମହାମାରୀ କରୋନାରେ ୫୦ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରୁ ୨୨ ଜଣ ସେବାୟତ ଓ ସେମାନଙ୍କ ପରିବାର ଥିବା ବେଳେ ୧୯ ଜଣ ହେଉଛନ୍ତି ଜୋତା ଷ୍ଟାଣ୍ଡ କର୍ମଚାରୀ ଓ ୯ ଜଣ ମନ୍ଦିର କର୍ମଚାରୀ । ଯାହା ଶ୍ରୀମନ୍ଦିର ପ୍ରଶାସନ ତଥା ପୁରୀ ପ୍ରଶାସନ ପ।।ଇଁ ଚିନ୍ତାର କାରଣ ହୋଇଛି ।
ସେହିପରି ହରିଦ୍ୱାର କୁମ୍ଭମେଳାରୁ ପୁରୀକୁ ଫେରିଥିବା ୧୭ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଚିନ୍ତାରେ ପ୍ରଶାସନ । ଗୋଟିଏ ପଟେ କୁମ୍ଭମେଳାରେ କରୋନା ସଂକ୍ରମଣ ବଢିଚାଲିଛି । ତେଣୁ ପୁରୀକୁ ଫେରିଥିବା ସମସ୍ତ କୁମ୍ଭ ଫେରନ୍ତାଙ୍କ ପରୀକ୍ଷା କରାଯାଇ ସେମାନଙ୍କୁ ଆଇସୋଲେସନରେ ରହିବାକୁ କୁହାଯାଇଛି । ସେହି ୧୭ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଅନ୍ୟମାନଙ୍କ ରିପୋର୍ଟ ଆସିବାକୁ ଅପେକ୍ଷା ରହିଛି ।
ଗତ ୨୪ ଘଣ୍ଟାରେ ପୁରୀ ଜିଲ୍ଲାରେ ୨୧୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେବାୟତ ଓ ମନ୍ଦିର କର୍ମଚାରୀଙ୍କ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆଜିଠାରୁ ନୂଆ ଏସଓପି ଜାରି କରାଯାଇଛି । ବାହାର ରାଜ୍ୟରୁ ଆସୁଥିବା ଭକ୍ତ ଦୁଇଟି କରୋନା ଡୋଜ ନେଇଥିବେ ବା ସେମାନଙ୍କୁ ଆରଯିପିସିଆର ନେଗେଟିଭ ରିପୋର୍ଟ ଦେଖେଇବାକୁ ହେବ ।