ଶ୍ରୀକ୍ଷେତ୍ରରେ 5ଟି ସଚିବ ଭି.କେ ପାଣ୍ଡିଆନ

ପୁରୀ: ପୁରୀରେ 5ଟି ସଚିବ ଭି.କେ ପାଣ୍ଡିଆନ । ଆଜି ପତ୍ନୀଙ୍କ ସହ ଶ୍ରୀକ୍ଷେତ୍ର ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ସକାଳୁ ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିରକୁ ଯାଇଥିଲେ ପାଣ୍ଡିଆନ । ପରେ ଶ୍ରୀମନ୍ଦିର ଭିତରେ ବେଢ଼ା ପରିକ୍ରମା କରି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।

ଏବେ ଦର୍ଶନ ସାରି ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି । ତାଙ୍କ ସହ ପତ୍ନୀ ସୁଜାତା କାର୍ତିକେୟନ ପାଣ୍ଡିଆନ ମଧ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ ପାଇଁ ଗସ୍ତ କରୁଥିବାବେଳେ ଆଜି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ପାଣ୍ଡିଆନ ।