ଦୁଇ ଦିନିଆ ଗଞ୍ଜାମ ଗ୍ରସ୍ତରେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍
ଇ ଦିନିଆ ଗଞ୍ଜାମ ଗ୍ରସ୍ତରେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍। ଦ୍ବିତୀୟ ଦିନରେ ଆଜି ସକାଳୁ ଶେରଗଡ଼ ପଞ୍ଚାୟତର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍।
(ଗଂଜାମ) : ଦୁଇ ଦିନିଆ ଗଞ୍ଜାମ ଗ୍ରସ୍ତରେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍। ଦ୍ବିତୀୟ ଦିନରେ ଆଜି ସକାଳୁ ଶେରଗଡ଼ ପଞ୍ଚାୟତର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍। ସ୍କୁଲ ଗୁଡିକର ସ୍ମାର୍ଟ କ୍ଲାସ ରୁମ୍ ପରିଦର୍ଶନ ବେଳେ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ବିଷୟ ବୁଝିଛନ୍ତି ୫-ଟି ସଚିବ। ଗତକାଲି ହିଞ୍ଜିଳି ବ୍ଲକ୍ର ବିଭିନ୍ନ ସ୍କୁଲ ଗ୍ରସ୍ତ କରି ସ୍ମାର୍ଟ କ୍ଲାସ ରୁମ୍ ସ୍ଥିତି ଅନୁଧ୍ୟାନ କରିଥିଲେ ୫-ଟି ସଚିବ।
ସୂଚନା ମୁତାବିକ, ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେବ ସ୍ମାର୍ଟ କ୍ଲାସ୍ । ଛାତ୍ର ଛାତ୍ରୀଙ୍କୁ ଭିନ୍ନ ଶୈଳୀରେ ଶିକ୍ଷା ପ୍ରଦାନ କରାଯିବ । ଏଥିପାଇଁ ରାଜ୍ୟ ସରକାର ନିଆରା ପ୍ରୟାସ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ମଧ୍ୟ ବିଭିନ୍ନ ସ୍କୁଲରେ ଏହାର ପ୍ରସ୍ତୁତି ଚାଲିଛି । କେମିତି ହୋଇଛି ପ୍ରସ୍ତୁତି ଏହାର ଅନୁଧ୍ଯାନ ପାଇଁ ୫ଟି ସଚିବ ଭି. .କାର୍ତ୍ତିକେୟନ୍ ପାଣ୍ଡିଆନ୍ ଆଜି ସକାଳୁ ଶେରଗଡ଼ ବ୍ଳକ୍ ର ବିଭିନ୍ନ ଅଞ୍ଚଳ ଗସ୍ତ କରିଛନ୍ତି ।