ଲ୍ୟାଣ୍ଡମାଇନ୍ ବୋମା ନିଷ୍କ୍ରିୟ କଲେ ବି.ଏସ.ଏଫ୍ ବାହିନୀ

ନକ୍ସଲ ଲଗାଇଥିବା ଲ୍ୟାଣ୍ଡମାଇନ୍ ବୋମା ନିଷ୍କ୍ରିୟ କଲା ବି.ଏସ.ଏଫ୍ ବାହିନୀ।

(ମାଲକାନଗିରି) : ପୁଣି ଏକ ମାଓ ଯୋଜନା ପଣ୍ଡ। ନକ୍ସଲ ଲଗାଇଥିବା ଲ୍ୟାଣ୍ଡମାଇନ୍ ବୋମା ନିଷ୍କ୍ରିୟ କଲା ବି.ଏସ.ଏଫ୍ ବାହିନୀ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ । ଘନବେଡ଼ା ବି.ଏସ.ଏଫ୍ କ୍ୟାମ୍ପର ଯବାନମାନେ ବୋମାକୁ ନିଷ୍କ୍ରିୟ କରିଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ, ବି.ଏସ.ଏଫ୍ ଯବାନମାନେ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ କମ୍ବିଂ ଅପରେସନ କରିବାକୁ ଯାଇଥିଲେ। ସେଠାରେ ନିର୍ମାଣଧିନ ରାସ୍ତା କାମକୁ ସୁରକ୍ଷା ଦେବା ଲାଗି ଯବାନମାନେ ନିୟୋଜିତ ହୋଇଥିଲେ। ଏହି ସମୟରେ ଡିଟେକ୍ଟର ଯାଞ୍ଚ ସମୟରେ ରାସ୍ତାରେ ଲ୍ୟାଣ୍ଡମାଇନ୍ ଲାଗିଥିବାର ଜଣା ପଡ଼ିଥିଲା। ତେବେ ସୁରକ୍ଷାବାହିନୀ ସତର୍କତାର ସହ ମାଟି ତଳୁ ୫ଟି ଲ୍ୟାଣ୍ଡମାଇନ ଉଦ୍ଧାର କରିଛନ୍ତି।