ବଡ଼ଚଣା / ବେଦପ୍ରକାଶ ନାୟକ : ରାଜ୍ୟ ମାନବାଧିକାର କମିସନ ଏକ ମାମଲାର ବିଚାର କରି ଯାଜପୁର ଜିଲ୍ଲା ବଡ଼ଚଣା ଥାନାର ପୂର୍ବତନ ଥାନା ଅଧିକାରୀ ଦୀପକ କୁମାର ଜେନା ଓ ଏସଆଇ ସାହିଦ ଖାଁଙ୍କୁ ୫ ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଉଛନ୍ତି। ଜଣେ ବ୍ୟକ୍ତିଙ୍କୁ ମିଥ୍ୟା ମାମଲାରେ ଫସାଇ ଗିରଫ ସହ ଅଦାଲତ ଚାଲାଣ କରିଥିବା ଅଭିଯୋଗରେ ଏହି ରାୟ ପ୍ରଦାନ କରିଛନ୍ତି। ଭୁବନେଶ୍ଵର ଲକ୍ଷ୍ମୀସାଗର ଅଞ୍ଚଳରେ ଏସ ରାଜନ ରାଜୁ ନାମକ ଜଣେ ବ୍ୟବସାୟୀ ରହନ୍ତି । ୨୦୨୦ ମସିହା ଜାନୁଆରୀ ୨୨ ରେ ଚଣ୍ଡିଖୋଲ ସ୍ଥିତ ଶାନ୍ତିଲତା ପେଟ୍ରୋଲ ପମ୍ପ ରେ ଏସ୍ ରାଜନ ଅନ୍ୟ ଜଣେ ବ୍ୟକ୍ତିକୁ ଲୁହା ରଡ଼ ରେ ବାଡେଇ ଆହତ କରିଥିବା ତତ୍କାଳୀନ ଥାନା ଅଧିକାରୀ ଦୀପକ ଜେନା ବଡ଼ଚଣା ଥାନାରେ ଏକ ମାମଲା ରୁଜୁ କରିଥିଲେ। ଏଥିରେ ତଦନ୍ତ ଅଧୂକାରୀ ଭାବରେ ଏସ ଆଇ ସାହିଦ ଖାଁଙ୍କୁ ଦାୟିତ୍ଵ ଦେଇଥିଲେ। ସେହି ସମୟରେ ଅଭିଯୁକ୍ତ କୁହା ଯାଉଥିବା ଏସ ରାଜନ ରାଜୁ ଦୁବାଇରେ ଥିଲେ। ସେ ଫେବୃୟାରୀ ମାସ ୯ ତାରିଖରେ ଓଡିଶା ଫେରିଥିଲେ। ଫେବୃୟାରୀ ୧୦ ତାରିଖରେ ବଡ଼ଚଣା ପୁଲିସ ତାଙ୍କୁ ଭୁବନେଶ୍ଵର ରୁ ଉଠାଇ ଆଣିଥିଲେ। ଦୁଇଦିନ ପୁଲିସ ହେପାଜତରେ ରଖିବା ପରେ ୧୨ ଫେବୃୟାରୀରେ ତାଙ୍କୁ ଗିରଫ ଦର୍ଶାଇ ଅଦାଲତ ଚାଲାଣ କରିଥିଲେ। ଏ ସଂପର୍କରେ ଏସ ରାଜୁ ଥାନାଧିକାରୀଙ୍କୁ ତାଙ୍କର ବିଦେଶ ଯିବା ଉଡାଜାହାଜ ଟିକେଟ, ପାସପୋର୍ଟ ଓ ଭିସା ଆଦି ସବୁ ଦେଖାଇ ଥିଲେ। ମଧ୍ୟ ତାଙ୍କ କଥା ଶୁଣିନଥିଲେ। ତେବେ ରାଜୁ ଙ୍କ ଓକିଲ ହେଉଛନ୍ତି ଚିତ ରଞ୍ଜନ ଦାସ। ଶ୍ରୀ ଦାସ କହିଛନ୍ତି ଏହି ମାମଲା ରେ ପାଞ୍ଚ ଲକ୍ଷ୍ୟ କଣ ବରଂ ପାଞ୍ଚ କୋଟି ବି ଦେଲେ କମ୍ । ଏହି ଘଟଣା କୁ ଉପର କୋର୍ଟ ନେବା ପାଇଁ ରାଜୁ କହିଛନ୍ତି। ସେପଟେ ପୋଲିସ ଅଫିସର ଦୀପକ ଜେନା ଜବତ ହୋଇଥିବା ଗାଡ଼ିରେ କୋଭିଡ ସମୟରେ ଶ୍ରୀ ମନ୍ଦିର ଯାଇଥିବା ନେଇ ସେ ସମୟ ରେ ବହୁତ ବିବାଦୀୟ ହୋଇଥିଲା।