ରାଜ୍ୟର ୫ ଅଳଙ୍କାର ଦୋକାନ ବିକୁଥିଲେ ନକଲି ସୁନା: ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ୫ ଅଳଙ୍କାର ଦୋକାନ ବିକୁଥିଲେ ନକଲି ସୁନା। ନକଲି ହଲମାର୍କ ପାଇଁ ଅମ୍ବିକା ଜୁଏଲର୍ସ ବିରୁଦ୍ଧରେ କୁଚିଣ୍ଡା କୋର୍ଟ ରେ ମାମଲା ପଞ୍ଜିକୃତ ହୋଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ର ରାଜଶ୍ରୀ ଜୁଏଲର୍ସ, ପୁରୀର ସୁନା ଏବଂ ଚାନ୍ଦି, ସମ୍ବଲପୁର ର ଅଳଙ୍କାର ଜୁଏଲର୍ସ ଏବଂ ବରଗଡ଼ ର ରାଧାକାନ୍ତ ଜୁଏଲର ର ଲାଇସେନ୍ସ ବାତିଲ କରାଯାଇଛି। ୨୦୨୨-୨୩ ରେ ମାପକ ରେ ତ୍ରୁଟି ଯୋଗୁ ୬ ଟି ମାମଲା ରୁଜ୍ଜୁ କରାଯାଇ ୨୩୫୦୦ ଟଙ୍କା ଜରିମାନା ଆଦାୟ ହୋଇଛି । ସେହିପରି ୨୦୨୩-୨୪ ରେ ୬ ଟି ମାମଲା ରୁଜ୍ଜୁ କରାଯାଇ ୧ ଲକ୍ଷ ୫୫ ହଜାର ଜରିମାନା ଆଦାୟ ହୋଇଛି। ୨୦୨୪-୨୫ ରେ ନମଭେମ୍ବ ସୁଦ୍ଧା ୪ ଟି ମାମଲା ସହ ୪୮ ହଜାର ଜରିମାନା ଆଦାୟ ହୋଇଛି। ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଙ୍କ ଲିଖିତ ଉତ୍ତର।