ଦୁଇ କାର ଓ ଗଞ୍ଜେଇ ଜବତ ସହ ୫ ଗିରଫ

ପାପଡାହାଣ୍ଡି/ ଅନିଲ ପ୍ରଭାତ ଭତ୍ରା : କାର ଭିତରେ ଗଞ୍ଜେଇ । ଜବତ କଲା ପୋଲିସ । ଦୁଇଟି କାରରେ ଗଞ୍ଜେଇ ଯାଉଥିବା ସମୟରେ ଗଞ୍ଜେଇ ଜବତ ସହ ୫ ଜଣ ଗଞ୍ଜେଇ ଚାଲାଣ କାରୀଙ୍କୁ ଗିରଫ କରିଛି ମୋଇଦଲପୁର ପୋଲିସ । ନବରଙ୍ଗପୁର ଜିଲ୍ଲା ମୋଇଦଲପୁର ପୋଲିସ ଡାବୁଗାଁ ଛକ ଓ ଥାନା ସମ୍ମୁଖରେ ଗାଡି ଯାଞ୍ଚ କରୁଥିବା ସମୟରେ ଦୁଇଟି କାର ତୀବ୍ର ଗତି ରେ ଯାଉଥିବା ନେଇ ସନ୍ଦେହ କରି ଗାଡିକୁ ଅଟକାଇଥିଲେ କ୍ଷ ଦୁଇଟି କାରକୁ ଗଞ୍ଜେଇ ଚାଲାଣ ହେଉଥିବା ସନ୍ଦେହ ରେ ପୋଲିସ ଅଟକ ରଖିଥିଲା କ୍ଷ ଉଭୟ ଗାଡ଼ିରେ ଥିବା ବିହାର ରାଜ୍ୟର ର ଵିଶାଲ ପାଲ, ଅତୁଲ ରାଜ, ମହେଶ ଛବେ , ସନୁ କୁମାର ଓ ରାକେଶ କୁମାର ସାହା ଗିରଫ କରି କେଶ ନଂ୪୦/୨୩ ରେ ମାମଲା ରଜୁ କରି କୋର୍ଟ ଚାଲାଣ କରିଛି କ୍ଷ ସେହି ଗାଡିରୁ ତହସିଲଦାର ଯୋଗେଶ୍ୱର ଭୋଇଙ୍କ ଉପସ୍ଥିତ ରେ ୮୧କେଜି ଗଞ୍ଜେଇ ବାହାରିଥିଲା କ୍ଷ କୋରାପୁଟରୁ ବାହାରି ବିହାର ନେବା ବେଳେ ମୈଦଲପୁର ପୋଲିସ ହାତରେ ଧରା ପଡ଼ିଥିଲେ ଏହି ଗଞ୍ଜେଇ ବୋଝେଇ କାର କ୍ଷ ଓଜନ ବେଳେ ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ ସେନ, ଥାନା ଅଧିକାରୀ ନଟବର ନନ୍ଦ, ଏସ ଆଇ ବିପିନ କୁଲଦୀପ, ଏଏସଆଇ ଡି. ଦେବି କୁମାର, ପ୍ରବୀଣ ପାଞ୍ଜିଆ, କୁଶ ମାଝୀ, ଭାସ୍କର ରାଓ ଗଣେଶ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।