ଭୂକମ୍ପ ଝଟକାରେ ଥରିଲା ଇରାନ୍, ତାଜିକିସ୍ତାନ

ନୂଆଦିଲ୍ଲୀ: ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ । ଇରାନ୍‌ରେ ଭୂମିକମ୍ପର ତୀବ୍ରତା ୫.୬ ରେକର୍ଡ କରାଯାଇଥିବା ବେଳେ ତାଜିକିସ୍ତାନରେ ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୫ ରହିଛି । ସେପଟେ ଆସାମର ନାଗାୱ ଜିଲ୍ଲାରେ ବି ଭୂକମ୍ପ ଅନୁଭୂତ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଭୂକମ୍ପ କାରଣରୁ କୌଣସି ଧନ ଜୀବନ ନଷ୍ଟ ହୋଇଥିବା ନେଇ ସୂଚନା ମିଳିନାହିଁ । ତେବେ ଭୂକମ୍ପର କେନ୍ଦ୍ରସ୍ଥଳ ୧୬୦ କିଲୋମିଟର ଗଭୀରତାରେ ରହିଥିଲା । ଭୂକମ୍ପର ଅକ୍ଷାଂଶ ୩୬.୮୭N, ଦ୍ରାଘିମା ୭୨.୧୦E ରହିଥିବା NCS ସୂଚନା ଦେଇଛି ।

ସୂଚନାଯୋଗ୍ୟ, ପୂର୍ବରୁ ତାଜିକସ୍ତାନରେ ୧୮ ଜୁଲାଇରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୩.୮ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଥିଲା । ଫଳରେ ଭୂକମ୍ପ ଝଟକାର ସମ୍ଭାବନାକୁ ତାଜିକସ୍ତାନରେ ଅଧିକ ପ୍ରଭାବିତ କରିଥିଲା ।