ତହସିଲଦାରଙ୍କ ସମେତ ଅନ୍ୟ ୪ ଜଣ ପୁର୍ବତନ ଆରଆଇଙ୍କୁ ଗିରଫ

କଟକ/ଜଗନ୍ନାଥ ମହାନ୍ତି : ଭିଜିଲାନ୍ସର ବଡ଼ ଧରଣର ଚଢ଼ାଉ କରି ଜଣେ ତହସିଲଦାରଙ୍କ ସମେତ ଅନ୍ୟ ୪ ଜଣ ପୁର୍ବତନ ଆର ଆଇ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଜମି ଦେବା ନାମରେ ୩୪ ଡେସିମିଲ ମୂଲ୍ୟବାନ ସରକାରୀ ଜମିକୁ ବେଆଇନ ଭାବେ ହୋଇଛି ହସ୍ତାନ୍ତର କରାଯାଇଛି। କୁଜଙ୍ଗ ଓ ପାରାଦୀପ ଅଞ୍ଚଳରେ ହୋଇଛି ଏହି ବେଆଇନ କାରବାର। ଭିଜିଲାନ୍ସର ୯ ଟି ଟିମ ଏହି ଚଢ଼ାଉ କରିଥିଲା। ଟିମରେ ଅଛନ୍ତି ଜଣେ ଅତିରିକ୍ତ ଏସପି, ୧୧ ଡ଼ିଏସପି, ୬ ଇନିସ୍ପେକ୍ଟର। ଭିଜିଲାନ୍ସ ସେଲ ପକ୍ଷରୁ ମାମଲା ରୁଜୁ ହୋଇଛି। ଭୁବନେଶ୍ୱର, କଟକ, ଭଦ୍ରକ ଓ ଜଗତସିଂହପୁର ସମେତ ୯ ଟି ସ୍ଥାନରେ ଏହି ଚଢ଼ାଉ ଚାଲିଥିଲା।ଅପରାଧିକ ଯୋଜନା, ଅନିୟମିତ୍ତା, ଜାଲିଆତି ଏବଂ ଅପରାଧିକ ଷଡ଼ଯନ୍ତ୍ର ବ୍ୟାପକ ଠକେଇ କରି ଏହି ସରକାରୀ ଅଫିସରେ ମାନେ ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଅଯୋଗ୍ୟ ମାନଂକୁ ଚଞ୍ଚକତା କରି ସରକାରଙ୍କ ମୂଲ୍ୟବାନ ଜମିକୁ ସେମାନଙ୍କ ହାତକୁ ଜମି ଟେକି ଦେଇଛନ୍ତି । ରମେଶ ଚନ୍ଦ୍ର ପଣ୍ଡା ପୂର୍ବତନ ତହସିଲଦାର କୁଜଙ୍ଗ ସନ୍ତୋଷ କୁମାର ମଲ୍ଲିକ – ପୂର୍ବତନ ଆରଆଇ ଝିମାଣୀ ସର୍କଲ ନରେନ୍ଦ୍ର କୁମାର ଲେଙ୍କା – ପୂର୍ବତନ ଆରଆଇ ପାରାଦ୍ୱୀପ ଗଡ଼,ସୁବାସ ଚଦ୍ର ଦାସ ପୂର୍ବତନ ଆରଆଇ କୁଜଙ୍ଗ ଓ ଜ୍ୟୋତି ଭୂଷଣ ବାରିକ ପୂର୍ବତନ ଆରଆଇ ପଣ୍ଡୁଆ ସର୍କଲ ଗିରଫ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।