(ସୌମ୍ୟ ରଞ୍ଜନ ସେଠୀ): ଆଗାମୀ ୪୮ ଘଣ୍ଟା ମଧ୍ୟରେ ବିଶ୍ୱର ଇଣ୍ଟରନେଟ ସେବା ବନ୍ଦ ହେବାର ସମ୍ଭାବନା ରହିଛି । ରୁଷିଆ ଟଡେର ଏକ ରିପୋର୍ଟ ଅନୁଯାୟୀ ଇଣ୍ଟରନେଟ ବ୍ୟବହାରକରୀଙ୍କୁ କନେକସନ ଏରର ମ୍ୟାସେଜ ମିଳିବାର ସମ୍ବାବନା ରହିଛି । ଦି ଇଣ୍ଟରନେଟ୍ ଅର୍ପୋରେସନ ଅଫ ଏସାଇନ୍ଡ଼ ନେମ୍ସ ଆଣ୍ଡ ନମ୍ବର (ଆଇସିଏଏନଏନ) ଦ୍ୱାରା କ୍ରିପ୍ଟୋଗ୍ରାଫିକ କିଜରେ ପରିବର୍ତ୍ତନ ଓ ରକ୍ଷଣାବେକ୍ଷଣ କରିବାର କାର୍ଯ୍ୟକ୍ରମ ହେତୁ ଏଭଳି ଅସୁବିଧାର ସମ୍ଭାବନା ଦେଖା ଦେଇଛି। କ୍ରିପ୍ଟୋଗ୍ରାଫିକ କିଜରେ ପରିବର୍ତ୍ତନ ହେତୁ ଇଣ୍ଟରନେଟ ଆଡ୍ରେସ ବୁକ୍, ନେମ ସିଷ୍ଟମ(ଡିଏନଏସ)କୁ ସୁରକ୍ଷିତ କରିବା ନିମନ୍ତେ ଏହି ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ। ନିକଟ ଦିନରେ ବର୍ଦ୍ଧିତ ସାଇବର କ୍ରାଇମକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ କରାଯାଉଛି। ଏହାର ପ୍ରଭାବରେ ଇଣ୍ଟରନେଟ ଉପଭୋକ୍ତା ୱେବ ପେଜ ଖୋଲିବା ଓ ଏଥିରେ ନେଣଦେଣ କରିବାରେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି।