ରାଜ୍ୟର ବିଭିନ୍ନ ଜିଲ୍ଲାରେ ୪୬ଟି ନୂତନ ଅଦାଲତ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି । ତନ୍ମଧ୍ୟରୁ ୪୦ ଟି Civil Judges(Jr. Divn)-cum-JMFC ଓ ଅନୁରୂପ ଭାବେ ୬ ଟି Additional Civil Judges(Jr.Divn)-cum-JMFC ବିଚାରାଳୟ ଖୋଲାଯିବ । ଏଥିପାଇଁ ଆଇନ ବିଭାଗ ପକ୍ଷରୁ ନିଷ୍ପତ୍ତି । ରାଜ୍ୟରେ ବିଭିନ୍ନ ସ୍ଥାନରେ ମାଳ ମାଳ କେଶ ପେଣ୍ଡିଙ୍ଗ ପଡି ଥିବାରୁ ନୂତନ ଅଦାଲତ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି ଆଇନ ବିଭାଗ । ଯାହାଫଳରେ ବିଭିନ୍ନ ମାମଲାର ଶୁଣାଣି ଖୁବ ଶୀଘ୍ର ହେବ ସହିତ ଲୋକେ ନ୍ୟାୟିକ ବ୍ୟବସ୍ଥାର ଫାଇଦା ଯଥା ଶୀଘ୍ର ପାଇପାରିବେ ।