ରାଉରକେଲା:- ଓଡ଼ିଶା ଝାଡ଼ଖଣ୍ଡ ସୀମା ସରାଇକେଲା ଓ ସରଣ୍ଡା ଜଙ୍ଗଲ ମାଟି ତଳୁ ଉଦ୍ଧାର ହେଲା ୪୪ କିଲୋ ଆଇଇଡି । ଏକ ପ୍ଲାଷ୍ଟିକ କଣ୍ଟେନରରେ ମାଟି ତଳେ ଲୁଚାଇ ରଖାଯାଇଥିଲା । ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ଜବତ କଲେ ସୁରକ୍ଷା ବାହିନୀ । ବୋମା ନିଷ୍କ୍ରିୟକାରୀ ଟିମ୍ ପକ୍ଷରୁ ଆଇଇଡିକୁ ସୁରକ୍ଷିତ ଭାବେ ନଷ୍ଟ କରାଯାଇଛି । ସର୍ଚ୍ଚ ଅପରେସନରେ ଚାଇବାସା ଏବଂ ସରାଇକେଲା ପୋଲିସ, ଝାଡ଼ଖଣ୍ଡ ଜାଗୁଆର, ସିଆରପିଏଫ୍ ଓ ଏସଏସବି ଫୋର୍ସ ସାମିଲ ଥିବା ସୂଚନା ମିଳିଛି । ଗତ ୩ ତାରିଖରେ ମାଓବାଦୀମାନେ ବ୍ଲାଷ୍ଟ କରି ରେଳ ଧାରଣା ଉଡାଇବା ପରେ ନକ୍ସଲ ଦମନ ପାଇଁ ଓଡ଼ିଶା ଓ ଝାଡ଼ଖଣ୍ଡ ପକ୍ଷରୁ ମିଳିତ ସୁରକ୍ଷା ବାହିନୀ ଦ୍ଵାରା ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।