ଦେଶରେ ଦିନକରେ ୪୩,୦୫୯କରୋନା ଆକ୍ରାନ୍ତ ଚିହ୍ନଟ :୬୪୦ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ମହାମାରୀ ସଂକ୍ରମଣ ସଂଖ୍ୟା ୪୩,୫୦୯ କରୋନାଭାଇରସଜନିତ ନୂତନ ସଂକ୍ରମଣ ଓ ୬୪୦ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା୩୧,୫୨୮,୧୧୪ ଓ ମୃତ୍ୟୁସଂଖ୍ୟା ୪,୨୨,୬୬୨ରେ ପହଞ୍ଚିଛି।ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୩୮,୪୬୫ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୩,୦୭,୦୧,୬୧୨ରେ ପହଞ୍ଚିଛି। ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩,୯୯,୪୩୬।କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୪୫,୦୭,୦୬,୨୫୭ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।