୫ ବର୍ଷରେ ୪୧୬ ହାତୀ ମୃତ୍ୟୁ

୫ ବର୍ଷ ମଧ୍ୟରେ ରାଜ୍ୟର ୩୯ଟି ଜଙ୍ଗଲ ଡିଭିଜନରେ ବିଭିନ୍ନ କାରଣରୁ ୪୧୬ ଟି ହାତୀଙ୍କ  ମୃତ୍ୟୁବରଣ ହୋଇଛି

ଭୁବନେଶ୍ୱର: ବିଧାନସଭାରେ ଶାସକ ବିରୋଧୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ବେଳେ ହାତୀ ମୃତ୍ୟୁ ବରଣକୁ ନେଇ ଶାସକ ଦଳକୁ ପ୍ରଶ୍ନ ପଚାରିଥିଲେ ବିଜେପି ବିଧାୟିକା କୁସୁମ ଟେଟ । ପ୍ରତିଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ୨୦୧୭ – ୧୮ରୁ ୨୦୨୧-୨୨ ମସିହା  ପର୍ୟ୍ୟନ୍ତ ୫ ବର୍ଷ ମଧ୍ୟରେ ରାଜ୍ୟର ୩୯ଟି ଜଙ୍ଗଲ ଡିଭିଜନରେ ବିଭିନ୍ନ କାରଣରୁ ୪୧୬ ଟି ହାତୀଙ୍କ  ମୃତ୍ୟୁବରଣ ହୋଇଛି । ପ୍ରାକୃତିକ କାରଣରୁ ୪୪ଟି ହାତୀଙ୍କର ମୃତ୍ୟୁ ହୋଇଛି  ହୋଇଥିବା ବେଳେ ଶିକାରୀ ମାନଙ୍କ ୧୦ ଟି ହାତୀଙ୍କର ଶିକାର ହୋଇଛି ।

ସେହିପରି ବିଷ ପ୍ରୟୋଗ ଦ୍ୱାରା କେବଳ ରାଉରକେଲା ଡିଭିଜନରେ ୧ଟି ହାତୀର ମୃତ୍ୟୁ ହୋଇଛି  । ବିଭିନ୍ନ ସ୍ଥାନ ମାନଙ୍କରେ  ବିଦ୍ୟୁତ ଆଘାତରେ ଆକସ୍ମିକ ଭାବେ ମୃତ୍ୟୁବରଣ କରିଛନ୍ତି ୨୬ଟି ହାତୀ ।  ବିଦ୍ୟୁତ ଆଘାତରେ ସୁଚିନ୍ତିତ ଭାବେ ମୃତ୍ୟୁବରଣ କରିଛନ୍ତି ୩୫ଟି ହାତୀ । ସେହିପରି ରେଳ ଲାଇନ ପାର ହେବା ବେଳେ ରେଳ ଦୁର୍ଘଟଣାରେ ୧୭ଟି ହାତୀଙ୍କର ମୃତ୍ୟୁ ହୋଇଛି ।  ସଡକ ଦୁର୍ଘଟଣାରେ ୪ଟି ହାତୀ ମୃତ୍ୟୁ ହୋଇଛି ।  ଅନ୍ୟାନ୍ୟ ଦୁର୍ଘଟଣା କାରଣରୁ ୮୫ଟି ହାତୀ ମୃତ୍ୟୁବରଣ କରିଛନ୍ତି । ଗତ ୫ ବର୍ଷ ମଧ୍ୟରେ  ଆନ୍ଥରାକ୍ସ ରୋଗରେ ପଡ଼ି ୨୪ଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ହରପିସ୍ ରୋଗରେ ପଡ଼ି ୧୦ ଟି ହାତୀ ମୃତ୍ୟୁବରଣ ହୋଇଛି ।  ଅନ୍ୟାନ୍ୟ ରୋଗ ଯୋଗୁଁ ୧୨୪ଟି ହାତୀ ମୃତ୍ୟୁବରଣ କରିଛନ୍ତି । ତେବେ ୩୬ଟି ହାତୀଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ବୋଲି କହିଛନ୍ତି ଜଙ୍ଗଲ ପରିବେଶ ଓ ଜଳବାୟୁ ମନ୍ତ୍ରୀ ପ୍ରଦୀପ ଅମାତ ।